ଓଡି଼ଆଣୀ – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ହାତରେ ନାଇଚି ଶଙ୍ଖା, ଚୁଡି ଆଉ
ସିନ୍ଥିରେ ନାଲି ସିନ୍ଦୂର
ମଥାରେ ଟାଣିଛି ଓଢ଼ଣାକୁ ସିଏ
ପ୍ରତୀକ ସେ ସମ୍ମାନର….

ସଞ୍ଜରେ ସକାଳେ ଶୁଭ ମନାସୁଛି
ସଭ୍ୟତା ସଂସ୍କୃତି ଗୁଣୀ
ଉତ୍କଳ ମନ୍ଦିରେ ଚଳନ୍ତି ପ୍ରତିମା
ଦେବୀ ଟିଏ ଓଡିଆଣୀ….

ତ୍ୟାଗର ମହିମା ବଖାଣୁ ଥାଏସେ
ମାଥାରେ ଥାଏ ଓଢ଼ଣୀ
ସ୍ନେହ ମମତାର ଅପୂର୍ବ ଭଣ୍ଡାର
ଉତ୍କଳ ଶ୍ରୀ ଓଡ଼ିଆଣୀ…..

ଓଡିଆଣୀ ହସ୍ତେ ଆଜିବି ରାଇଜେ
ସଭ୍ୟତା ସଂସ୍କୃତି ଶକ୍ତ
ତା’ଲାଗି ଉତ୍କଳୀ ଧନ୍ୟ ସାରା ବିଶ୍ବେ
କରତାକୁ ପ୍ରଣିପାତ…..


ବେଗୁନିଆପଡା଼ବ୍ଳକ୍, ତିରିଡା଼, ଗଞ୍ଜାମ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ