ଇଚ୍ଛା ହୁଏ – ରାଜେଶ କୁମାର ମୁଣ୍ଡ

ଲେଖକ ପରିଚୟ

ରାଜେଶ କୁମାର ମୁଣ୍ଡ
ଧର୍ମଗଡ, କଳାହାଣ୍ଡି | +

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଏହି ବିଷୟଟି 2 ଜଣ ପାଠକ ପଢି ସାରିଛନ୍ତି

ଶୁଖିଲା ଧାରଟେ ହେଇ
ବହିଯା’ନ୍ତି କି ସମୁଦ୍ରକୁ,
ଉଡ଼ାଶିଖା ଚଢ଼େଇଟେ ହେଇ
ଛୁଇଁଯା’ନ୍ତି ଆକାଶ ।
ଫେରେଇ ଆଣନ୍ତି
ବାହୁଡା଼ ସମୟକୁ,
ଶୁଖିଲା ବାଲିର
ବିଡ଼ମ୍ବିତ ଭାଗ୍ୟରେ
ଖୋଜୁ ଖୋଜୁ ପାଇଯା’ନ୍ତି
ମୋତି ଥିବା ଗୋଟେ ଶାମୁକା ।
କାହାକୁ ହେଲେ କହିବି,
ଏସବୁ ତ ପାଗଳର ପ୍ରଳାପ,
ଅପୂରଣ ଦିବା ସ୍ବପ୍ନ ।
ଏମିତି କେତେ ଇଚ୍ଛା ଆସେ ଓ ଯାଏ,
ସମୟର ଅହଂକାରରେ
ବଳକା ଆୟୁଷ ସରିଯାଏ ।।


ରାଜେଶ କୁମାର ମୁଣ୍ଡ, ଧର୍ମଗଡ଼

HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments