ବରଗଛ ଛାଇର କିଛି ଦୃଶ୍ୟ – ସଂଘମିତ୍ରା ଜେନା
ବରଗଛ ଆଶ୍ରୟ ଦେଇଛି
କିଚିରି ମିଚିରିଙ୍କୁ
ବୈଶାଖୀ ର ଦହକ ରେ
ପଥିକମାନଙ୍କୁ ଓ ପାଣି ମାଠିଆ କୁ
ଛାଇ ତଳେ ଚାନ୍ଦିନୀ ଉପରେ
ବିଲ ରୁ ଫେରି ଆସିଥିବା ଦିନା ଭାଇ
ଗାମୁଛା ଖଣ୍ଡେ ପାରି ପଖାଳ ନିଦକୁ l
ବହଳ ଛାଇ ରେ ତାସଖେଳ
ଅନ୍ୟ ଭାଗ ଚାନ୍ଦିନୀ ରେ
ପତା ଗୋଟାଉଛି ଭାଗୁଆଳି
Car ଭିତରେ driver ଶୁଣୁଛି ହିନ୍ଦୀ ଗାନା
ତୋଳା କନିଆ ଯିବ ଦୁର ଗାଁ
ଗାଁ ରୁ ଶୁଭୁଛି କାନ୍ଦଣା
ନୀତିଆ ଭାଇ ବର ଗଛ ମୁଳ ରେ ବସିଛି
ଲୁହ ଟଳମଳ ଆଖି
ପଞ୍ଚେଇ ପର ହେଲା ଆଜିଠୁଁ
ମହୁରୀଆ ଏଇ ବର ଯାଏଁ ଆସିବ l
ଜେଜୀମା ଖୋଜୁଛି ନାତିକୁ
ବର ଓହଳ ରେ ଦୋଳି ଖେଳୁଛି ନାତି
ଦେହ ସାରା ଘିମିରି
ତଥାପି ଖୋଲା ଦିହ ରେ
ଗରମ କୁ ନାହିଁ ଖାତିର
ଶୁଖିଲା ନଈର ମାଛ ଥଣ୍ଟରେ ଧରି ଆସିଥିବା
ବଣି ଚାରିପାଖରେ ଶାବକ
ମାନେ ଆଁ କରି ଖୋଲିଛନ୍ତି ଥଣ୍ଟ I
ନୂଆ ବୋଉ ଡକେଇ ପଠାନ୍ତି ନନାଙ୍କୁ
ଗରମ ଖାଇବାକୁ
ଟାୱାଲ ରେ ପିଠି ପୋଛି ପୋଛି
ନନା ଆସନ୍ତି I
ଆହା ସେ ଗାଁ ମୁଣ୍ଡ ବରଗଛ
ମହା ପୁରୁଷ ହୋଇ ବସିଛି
କେତେ ନ୍ୟାୟ ନିଶାପ ତା
ଅଭୟ ତଳେ ତୁଟିଛି

ଏଇ ସନ ଜେଜେ ବା ବନ୍ଧୁଟିଏ ଖୋଜୁଛି
ଗାଁ ସେ ମୁଣ୍ଡ ରେ କରିବ
ଓସ୍ତ ବର ବାହା l
ଛୋଟ ଭୋଜି ଟେ ହେବ
ସମୁଦାସମୁଦୀ ହେବେ କୋଳI କୋଳି
ପୁଣ୍ୟ ଫଳ ଆମେ ଭୋଗିବୁ l
