ସେଇ ରାତି – ପ୍ରଶାନ୍ତ ମହାପାତ୍ର

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆକାଶ ର ଛାତ ତଳେ
ଆମ୍ର ତରୁ ମୂଳେ
ପେନ୍ଥା ପେନ୍ଥା ବଉଳର
ବାସ୍ନା ଗୁଞ୍ଜୁରିତ……॥

ମଧୁର ସ୍ୱପ୍ନର
ଅନାବିଳ ସମ୍ପର୍କ
ପ୍ରିୟା ର କର ଛନ୍ଦା
ପ୍ରୀତିଭରା କୋମଳ ସ୍ପର୍ଶ……॥

ଲେଖି ଦେବା ପାଇଁ
ଅନେକ କଥା
ଆଖିରେ ଅାଖିରେ
ସାତ ଜନ୍ମର ବାର୍ତ୍ତା…….॥

ଅର୍ଦ୍ଧଚନ୍ଦ୍ର ର ଆଗମନେ
ରୂପ ଜ୍ୟୋସ୍ନା ରେ ଭରପୂର
ନୀର ଆଉ କ୍ଷୀର
ଦୁହେଁ ଏକାକାର…….॥

ପ୍ରିୟା ର ସେ ମଧୁର ସ୍ପର୍ଶ
କଥା ଅଳ୍ପ
ସମୟର ଅବଶୋଷ
ନିମିଷକେ ସବୁ ଶେଷ……॥

ଉଜାଗର ରାତି
ଉଜାଗର ସାଥୀ
ତଥାପି ପଡିନି ବିରାମ
ଅସମ୍ପୂର୍ଣ ସମ୍ପର୍କ ତାତି…….॥


ପ୍ରଶାନ୍ତ ମହାପାତ୍ର
ରମାବିଲି, ଜଙ୍କିଆ, ଖୋରଧା


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ