ତୋ ବିନା – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ତୋହରି ବିହୁନେ ଜୀବନଟା ଶୂନ୍ୟ
ଜୀବ ଥାଇ ଦେହ ଶବ,
ତୋ’ ବିନା ଅସାର ଲାଗଇ ସଂସାର
ଆଶାହୀନ ଭବିଷ୍ୟତ…..

ଜାତନା ବେଦନା ସବୁରି ଦାନେ ତୁ’
ମହୋଷଧି ପୁଣି ତୁହି ,
ବାଲ୍ୟରେ ତୁ’ବନ୍ଧୁ ଯୁବାରେ ସଖା ତୁ’
ତୋ’ ବିନା ମୁକତି କାହିଁ….!!!

ଲୁହରେ ବତୁରି ସ୍ବାର୍ଥକୁ ପାଶୋରି
ଆଦରିଛି ତୋତେ ମୁହିଁ,
ସ୍ବର୍ଗସୁଖ କାମ୍ୟ ଇଛୁନାହିଁ ତୋତେ
ଭକ୍ତ ଡୋରେ ବାନ୍ଧ ତୁହି…..

ତୋର ଆକର୍ଷଣେ ଅପାର ଆନନ୍ଦ
ଆଉସବୁ ଅକାରଣ,
ଆତ୍ମା ମୋ’ ପଚାରେ କାମନା ବିହୁନେ
ଜୀବନକି ପରିପୂର୍ଣ୍ଣ…!!?

ତୋ’ ବିନା ଏ ମନ ଜୀବନ ନିଷ୍ଫଳ
କାମନା ଏତିକି ସାଇଁ,
ମନ ବୃନ୍ଦାବନେ ଆସ ଥରେ ତୁମେ
ସଂଶୟ ମୋଚନ ପାଇଁ….


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ