ନିର୍ବାଣକୁ ନିଅ ମନ – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ଫଗୁଣଟା ଗଲା ରଙ୍ଗ ବୋଳିଦେଇ
ଚାଲିଛି ଚଇତି ଯାତ
ମନେ ଉଙ୍କିମାରେ ଗାଆଁ ସଞ୍ଜବେଳ
ପକ୍ଷୀ କାକଳୀର ହାଟ….

ମନ ଆନମନା ବିଚିତ୍ର ଭାବନା
ଅସମାହିତ ଜୀବନ
ପ୍ରାପ୍ତି – ଅପ୍ରାପ୍ତିର ଅନ୍ତଃ ଦାହନରେ
ମୋହଗ୍ରସ୍ଥ ଏଇ ମନ

ମଳୟେ ମିଳିଛି ଦିର୍ଘଶ୍ବାସ ସବୁ
ମିଳନଟା ଦିବାସ୍ବପ୍ନ
ବିବଶତା କେତେ ଘାରୁଛି ମନକୁ
ବୈଶାଖିଟା ଧାବମାନ

ଶେଷ ହେଉ ଏଇ ବିଧିର ବ୍ୟବସ୍ଥା
ମହାବାହୁ ଆର୍ତ୍ତତ୍ରାଣ
ବିଶ୍ବାସର ଖିଅ ମୁକୁଳିତ ହେଉ
ନିର୍ବାଣକୁ ନିଅ ମନ…..


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ