ଓଡ଼ିଆ ଆମେରେ ଓଡ଼ିଆ ଆମ ଭାଷା – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ଓଡ଼ିଆ ଆମେରେ ସବୁରି ଆଗେ
ଉର୍ଦ୍ଧେ ଆମରି ମଥା
ଗରବେ କହିବା ଓଡ଼ିଆ ଆମେରେ
ଓଡ଼ିଆ ମୋ ମାତୃଭାଷା…..

ଆମରି ଠାକୁର ଜଗତର ନାଥ
ସରଗ ସେ’ ମହୋଦଧି
ଉତ୍କଳ ଜନନୀ ପାଦଧୌତ କରେ
ସରିତ ସେ’ ମହାନଦୀ….

ଆମରି ମାଟିର ଭଞ୍ଜ , ଗୋପବନ୍ଧୁ
ଦୟାଦ ଆମେ ତାଙ୍କରି
ବାଜିଆ ରକତ ବହୁଛି ଏ ଦେହେ
ହେବରେ କେ ଆମସରି….

ଚଣ୍ଡାଶୋକ ଏଠି ଧର୍ମାଶୋକ ହୋଇ
ନୂଆଁଇଛି ତାର ମଥା
ଜଗତ ଜାଣିଛି ତୁମେ’ ବି ଜାଣିଛ
ଏଇ ଇତିହାସ କଥା….

ମଧୁଗନ୍ଧ ଛୁଟେ ମାଟିରୁ ଆମରି
ସ୍ନେହ ବୋଳା ଆମଭାଷା
ଭଗ୍ନ କୋଣାରକ ଗର୍ବେ କୁହେ ଆଜି
ଆମ କିରତୀର ଗାଥା….

ଗରବେ କହିବା ଓଡ଼ିଆ ଆମରେ
ଓଡ଼ିଆ ଆମ ଭାଷା
ଡ଼ରିବାନି କେବେ ନୂଆଁଇକି ମଥା
ହଉ ସେ’ ପରାଣ ବ୍ୟଥା….


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ