ଅଖଣ୍ଡ ନିର୍ଜନତା – ରାଜେଶ କୁମାର ମୁଣ୍ଡ

ଲେଖକ ପରିଚୟ

ରାଜେଶ କୁମାର ମୁଣ୍ଡ
ଧର୍ମଗଡ, କଳାହାଣ୍ଡି | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଆଜି ଏ ନିର୍ଜନ ବେଳାରେ
ଶୁଭେ କା’ ରୁଣୁଝୁଣୁ ।
କିଏ ଡାକୁଛି କି ମୋ ନାଁ ଧରି,
ବସିଛି କି କିଏ
ମୋ ଅପେକ୍ଷାରେ ।

ଛାଇଟିଏ ଲମ୍ବି ଆସିଛି
ଘର ଅଗଣାକୁ,
ମହମହ ବାସୁଛି ।
ଲାଗୁଛି
କେଉଁ ଅନ୍ଧାର ଗହ୍ୱରରୁ
ଶୁଭୁଛି କା’ ଅନୁଚ୍ଚାରିତ ଶବ୍ଦ ।
ହୃଦୟରେ କିନ୍ତୁ
କ୍ଷୁଧାର କ୍ଷୋଭ,
ତୃଷାର୍ତ୍ତ ଓଠ
ଛଳଛଳ ଆଖି,
ହତାଶାର ଛାଇ ମନରେ ।
ତଥାପି ଦୁଆର ଫିଟାଇଲି,
କେହି ତ ନଥିଲେ
ଖାଲି ଥିଲା
ମୁରୁଝାଇ ପଡ଼ିଥିବା
ମଲ୍ଲିମାଳଟେ,
ସରୁ ସରୁ ପାଦଚିହ୍ନ କେଇଟା
ଆଉ ଅଖଣ୍ଡ ନିର୍ଜନତା ।।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ