କ୍ଷୁଦ୍ରଗଳ୍ପ – କଙ୍କାଳ ମଣିଷ – ଗୌରାଙ୍ଗ ଚରଣ ବେଉରା

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଗାଁ ଶେଷ ମୁଣ୍ତରେ ନଡା ଛପର ଘର । ଝାଟିମାଟିର କାନ୍ଥ । ଅତଡା ଅତଡା ଝଡିପଡିଛି । ନିଷ୍ଟୁର ବର୍ଷା ତୋଫାନ ଦାଉ ସାଜିଛି । ମୁଣ୍ତରେ ପଗଡି । କଳା ମଚମଚ ଦେହରୁ ଝାଳର ବନ୍ୟା । କୁରେଇ ପୋଛୁଚି ପଣତ କାନିରେ । ଅନାବିଳ ପ୍ରେମରେ ବନ୍ଧା, କୁରେଇ ଓ ସୁକୁଟା । ବାଡି ଗୋବରେ ଗୋବେ ଜମି ନାହିଁ । ରାସ୍ତାକଡରେ କୁଡିଆଟେ । ସେଇଟା ପୁଣି ଜବର ଦଖଲରେ ବୁଢାକାଳେ ଭଗବାନ ଡାକ ଶୁଣିଲେ । କୁରେଇ କୋଳ ଭରିଲା । ଦୁଇ ଓଳି ପେଟକାଟି ମଣିଷ କଲେ ପ୍ରକାଶକୁ । ଛିଣ୍ତାଲୁଗାରେ ଦମ୍ପତି ଜୀବନ । କଲେଜ ସାରି ପ୍ରକାଶ ହେଲା ବନ ବିଭାଗ ଅଫିସର । ପେଟରେ ଓଦାକନା ଦେଇ ଦୁଃଖ ଭୁଲିଥିଲେ କୁରେଇ ଆଉ ସୁକୁଟା । ପିଲା ବଡ ହେଲେ ପୋଷିବ ଆଉ ମଲାବେଳେ ମୁଖାଗ୍ନି ଦେବ । ଆଶାର ବୈତରଣୀ ? ସମାଜର ମୁଖବନ୍ଧ ଏଇଟା । ସମସ୍ତେ ଚାହାନ୍ତି, ପୁଅ ବୁଢା ବାପା ମାଆଂକ ସାହାରା । ଆଜିକାଲି “ଅଜାଗା ଘା” ଦେଖି ହୁଏନା କି ଦେଖେଇ ହୁଏନା” । “କହିଲେ କୁଳ କୁଟୁମ୍ବଙ୍କୁ ଲାଜ, ନ କହିଲେ କୂଳ ଭାସି ଯାଉଛି” । ଅଫିସରଙ୍କ ଝିଅ ପ୍ରେମ ଫାଶରେ ପ୍ରକାଶ । ପେଇଙ୍ଗ ଗେଷ୍ଟ ଜାଗାରେ ସିଙ୍ଗିଙ୍ଗ ଗେଷ୍ଟ । ଗୀତ ଶିକ୍ଷକ । ଡାଇନିଙ୍ଗ ଟେବୁଲ୍ ଉପରେ ଖାଇବା । ନୂଆ ନୂଆ ମେନୁ । ପାଖରେ ସ୍ୱିଟି । ସେମିତି ମଜା ଝାଟିମାଟି ଘରେ କାହିଁ ? ହାତିଦାନ୍ତର ସୋଫା । କଣ୍ଟା ଚାମଚରେ ସେଓ ଖାଇବା । କଫି ସାଙ୍ଗକୁ ରାଜକୀୟ ଖାଦ୍ୟ । ବାସି ପଖାଳ କିଏ ଖାଉଛି ? ରଙ୍ଗୀନ ଦୁନିଆଁ….. ରଙ୍ଗୀନ ସ୍ୱପ୍ନ…. ରଙ୍ଗୀନ ପ୍ରେମ… ସବୁ ରଙ୍ଗୀନ । ଅଫିସର କାଇଦାରେ “ରସିଆନ୍ ଭୋଡକା” । ଆଃ..କି ମଜ୍ଜା….। ବାସି ତୋରାଣୀ…ଭଙ୍ଗା ଘର.. ।

ମଧୁବାବୁ, ଜଙ୍ଗଲ ବିଭାଘର ମୁଖ୍ୟ କର୍ମଚାରୀ । ଗୋଟିଏ ବୋଲି ଅଲିଅଳି କନ୍ୟା ସ୍ୱିଟି । ଗେହ୍ଲା ପସରା । ଭଗବାନ ଦାଉ ସାଜି ସନ୍ତାନଟେ ଦେଇ ନାହାନ୍ତି, ଉଠାଇ ନେଇଛନ୍ତି ପତ୍ନୀ ଅହଲ୍ୟାକୁ । ମଧୁବାବୁ ଚାହାନ୍ତି, ପ୍ରକାଶକୁ ଘରଜ୍ୱାଇଁ କରିବେ । ତେଣୁ ପ୍ରକାଶ ଓ ସ୍ୱିଟି ଭିତରେ ଖୋଲା ପ୍ରେମ । କୃତ୍ରିମ ମଧୂଶାଳା । ପ୍ରକାଶ ଭୂଲିଯାଏ ନିଜ ବାପାକୁ, କିନ୍ତୁ ସ୍ୱିଟିକୁ ନୁହେଁ । ପଞ୍ଜୀକରଣ ବିବାହ । ହଠାତ୍ ଗାଡି ଲାଗିଲା ଝାଟିମାଟି କାନ୍ଥ ଘରେ । ଅର୍ଦ୍ଧଲଗ୍ନ ଚେହେରା ଭିତରେ କଙ୍କାଳ ମିଟିମିଟି କରୁଛି । ପ୍ରକାଶ କିରେ ? କୁଆଡେ ଯାଇଥିଲୁ ବାପା ! ମୁଁ ଅନ୍ଧୁଣୀ ପାଲଟି ଯାଇଥିଲି ! ତୁ ଆସିଲୁ ? ମୋ ଖୁସି ଫେରି ଆସିଲା ! କଳାକାଠ ପଡିଗଲୁଣିରେ ? କଣ ଖାଇଛୁ ? ବାଡି ଆତ ଖାଇବୁ ? ସବୁ ବର୍ଷ ରଖୁଛି ! ତୋର ଦେଖା ନାହିଁ ! ପଚୁଛି… ଫିଙ୍ଗୁଛି । ହଉ ଆ… ଭିତରକୁ ଆ । ଆରେ ସେ କିଏ ? ତୋ ସାଙ୍ଗ କି ? ଆ… ତୁ ବି ଆ ମାଆ..! ମା’ର କରୁଣଭରା ଡାକ ! What nonsense ? ଛି..ଛି.. ? oh… pl…. Prakash… What disgusting… ? ..O’ God. ! ଆ.. ମାଆ.. ! ଆମର ମାଟି ଘର ! ଛିଣ୍ତା ଅଖାଟେ ତଳେ ପକାଇ କହିଲା, ବସ୍ ମାଆ.. ! ପ୍ରକାଶ.. ? ଚିତ୍କାର କଲା ସ୍ୱିଟି… You stay… Let me to go… ! କୁରେଇକୁ ଠେଲିଦେଇ, ବାହାରିଗଲା ସ୍ୱିଟି । ତଳେ ପଡିଯାଇ କାନ୍ଦୁଥିଲା ବୃଦ୍ଧା । ନିଷ୍ଠୁର ଯାନଟା ଦମ୍ପତ୍ତିଙ୍କୁ ନେଇ ଚାଲିଗଲା । ଥିଲା ଖାଲି ଶୁନ୍ୟତା ଓ ମମତାର କ୍ରନ୍ଦନ ।

କାନ୍ଦୁଛ ? କାହିଁକି କୁରେଇ ? ତୁମର କଣ ହୋଇଛି ?
ପ୍ରକାଶ ଚାଲିଗଲା…. ଚାଲିଗଲା.. ! ସେ ବାହା ହୋଇଛି । ବୋହୁ ବି ଆସିଥଲା । ଆମ ଘର ପସନ୍ଦ ହେଲାନି । ପ୍ରକାଶକୁ ନେଇ ସବୁଦିନ ପାଇଁ ପଳାଇଲା.. ! ମୋ ଧନ ପଳାଇଲା.. ! କାନ୍ଦୁଥିଲା କୁରେଇ ! ମୁଣ୍ତ ଘୁରିଗଲା ସୁକୁଟାର । କଣ କରିବ ? ମନକୁ ବୁଝାଇଲା ସେ । ଚିରା ଗାମୁଛାରେ କୁରେଇ ଆଖିରୁ ଲୁହ ପୋଛୁଥିଲା ସୁକୁଟା । ଶ୍ୱାନର ଲମ୍ବା ରଡିରେ ପରିବେଶଟା ଶାନ୍ତ ହୋଇଗଲା । ପେଟର ଗଭୀର ଭୋକ ଜ୍ୱାଳାରେ ଶୋଇଗଲେ ସୁକଟା ଓ କୁରେଇ । ଝାଟିମାଟି କଣା କାନ୍ଥରୁ ସାଇଁ ସାଇଁ ପବନର ସ୍ୱର ଶୁଭୁଥିଲା ।

ଦୋଳ ମେଲଣ । ପଡିଆ ଉତ୍ସବ ମୁଖର । ରାସ୍ତା କଡରେ କେତେଟା ଭିକାରୀ ଭିତରେ ସୁକୁଟା ଓ କୁରେଇ । ହାତରେ ଦୁଇଟା ଭଙ୍ଗା ଥାଳି । ବାବୁ..! ମୁଠେ ମିଳୁ ବାବୁ… ! ତିନି ଦିନ ହେବ କିଛି ଖାଇନୁ ବାବୁ…! ମଧିବାବୁ, ପ୍ରକାଶ ଓ ସ୍ୱିଟି ମେଳା ପଡିଆରେ । ନଜର ପଡିଲା କୁରେଇର ପ୍ରକାଶ ଉପରେ ! ପୁଅ କହି କୁଣ୍ତାଇ ପକାଇଲା ମା’ର ବନ୍ଧନରେ ! ଟାଣିନେଲା ସ୍ୱିଟି ପ୍ରକାଶକୁ । ତଳେପଡି କୁରେଇ କାନ୍ଦୁଥିଲା ! ବୁଝାଉଥିଲା ପତିତ୍ୱ । ପ୍ରକାଶ ଚିହ୍ନୁ ନ ଥିଲା ବାପା ମାଆଙ୍କୁ । ସାର୍ଟରୁ ମଇଳା ଝାଡୁଥିଲା । କାନ୍ଦୁଥିଲେ ମଧୁବାବୁ । କି ବିଚିତ୍ର ! ପୁତ୍ର ଚିହ୍ନେନା ପିତାକୁ !! ଓଃ.. କି କଦର୍ଯ୍ୟ.. ! ସନ୍ତାନହୀନତା ନିଜେ ଅନୁଭବ କଲେ । ମଧୁବାବୁ ବଡ ପାଟିରେ କହିଲେ, ପ୍ରକାଶ ତୁମେ ଆଜିଠାରୁ ମୋ ଜ୍ୱାଇଁ ନୁହଁ ! ସ୍ୱିଟିକୁ ଛାଡି ଦିଅ । ଦରକାର ପଡିଲେ ତୁମକୁ ଚାକିରୀରୁ ବାହାର କରିଦେବି । ତୁମେ ଜୀବନ୍ତ ପିତୃମାତୃ ହନ୍ତାକାରୀ । ଛିଃ… ଧିକ୍ ତୁମକୁ ଓ ତମ ପାଠ ପଢାଜୁ । pl.. pl.. pl.. ମୋତେ କ୍ଷମା କରିଦିଅ । ବାସ୍ କର ପ୍ରକାଶ.. । ତୁ ଚାଲିଆ ସ୍ୱିଟି । ଛାଡି ଦେ ପ୍ରକାଶକୁ… ।

ଆଣ୍ଠୁମାଡି ବସିପଡିଲେ ମଧୁବାବୁ ସୁକୁଟା ଓ କୁରେଇ ପାଖରେ । ଲୁହ ପୋଛିପୋଛି ନିଜେ ବି ଲୁହରେ ଭିଜି ଯାଉଥିଲେ । ନିଜ ଗାଡିରେ ବସାଇ ସୁକୁଟା କୁରେଇ ଓ ସ୍ୱିଟିକୁ ନେଇ ନିଜ ଘରକୁ ଚାଲିଗଲେ । ବୋହୁ ସେବାରେ ରହିଲେ ପିତା, ଶ୍ୱଶୁର ଓ ଶାଶୁ । ପ୍ରକାଶ ଭାଗ୍ୟର ସାୟାହ୍ନ । ସମସ୍ତଙ୍କୁ ହରାଇଲା ସେ । ବୁଝିପାରିଲା ସନ୍ତାନର ଦାୟୀତ୍ୱ । କାନ୍ଦି କାନ୍ଦି ପହଞ୍ଚିଲା ଶ୍ୱଶୁର ଘରେ । ଲୋଟିଗଲା ପିତାମାତାଙ୍କ ଚରଣରେ । କାନ୍ଦୁଥିଲେ ବାପାମାଆ ଓ ଶ୍ୱଶୁର । ମିଳନର ଶୁଭ ଶଙ୍ଖ ବାଜି ଉଠିଲା । ଚା କପ୍ ରେ ସମାପ୍ତି ହେଲା ଆସର ।


ଗୈାରାଙ୍ଗ ଚରଣ ବେଉରା, ଶିକ୍ଷକ,
କୁଲିଆମାଲ ଉଚ୍ଚ ବିଦ୍ୟାଳୟ, କୁଲିଆମାଲ


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ