ଆମେ ପା ଅଧୂନା ଲୋକ – ଜିତେନ୍ଦ୍ର ସାହୁ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ପଖାଳ କଂସାକୁ କିଏ ପଚାରୁଛି
ହାତ ଲାଗେ ଓଦା ଓଦା,
ତୋରାଣୀ ପାଣିକୁ କାହିଁକି ପିଇବୁ
ତଣ୍ଟିରେ ଗଳୁନି ଅଧା,,।।
ଏକା ସଙ୍ଗେ ଯଦି ମେଣ୍ଟିଯିବ କୁହ
ଶୋଷ ସଙ୍ଗତରେ ଭୋକ,
ଭଲ ଲାଗିବକି ପାଟି ଓ ପେଟକୁ
ଆମେ ପା ଅଧୂନା ଲୋକ,,।।
ବିରିୟାନୀ ସାଥେ ବିୟର୍ ନ ହେଲେ
ଲାଗେନାହିଁ ଯମା ଭଲ,
ବୋତଲ ନଟେକି କଂସା କେ ଧରୁଛି
ପଛରେ ଲାଗିବ ଭୁଲ,,।।
ସଭ୍ୟତା ସଂସ୍କୃତି ବଦଳି ଗଲାଣି
ତା ସଙ୍ଗେ ଖାଇବା ଖାଦ୍ୟ,
ଓଡିଆ ଜାତିରେ ଜନ୍ମିଛନ୍ତି ବୋଲି
ପାଳୁଛନ୍ତି ହେଇ ବାଧ୍ୟ,,।।
ଜିତେନ୍ଦ୍ର ସାହୁ
ଏମ୍.ତେନ୍ତୁଳିଆ, ପୋଲସରା,ଗଞ୍ଜାମ
