ମୁଁ ଯିବି.. ତମ ପାଇଁ – ଡକ୍ଟର ନୀଳମାଧବ କର
ମୋ ପାଇଁ,
ଦୁଇ ହାତ ଟେକି ତମେ
ଏଡ଼େ ବଡ ଆଶାଟେ କରିଚ
ମୁର୍ହୁ ମୁର୍ହୁ ମନେ ପକଉଚ
ଅଗାଧ ବିଶ୍ୱାସରେ
ମତେ ତମେ ଅନେଇ ବସିଚ
ଅନୁଭବ କରୁଚି ମୁଁ
ତୁମ ଆନ୍ଦୋଳନ
ଆକୁଳ ବିକଳ ଚାହାଣୀ
ତେବେ
କାଳିଆ ମୁହଁଟା ମୋର
କେମିତି ଦେଖେଇବି ତମକୁ ମୁଁ
କେମିତି ଦେଖେଇବି
ମୋ ଖଣ୍ଡିଆ ହାତ ଗୋଡ
ମାଦଳା ଗଣ୍ଡିଟା
କଣ ନେବି ତମ ପାଇଁ
ତମ ଦିଆ ଖୁଦ ଭଜା ଛଡା
ମୋ ପାଖେ ଆଉ କିଛି ନାହିଁ
ଜାଣେ ଜାଣେ, ତେବେ ବି
ତମେ ମତେ ସଙ୍ଖୋଳିବ,
ଶ୍ରଦ୍ଧା ଦେଖେଇବ
ସଆନନ୍ଦ – ଆଦର କରିବ
କଣ ପାଇଁ, କି ଗୁଣ ପାଇଁ – ମୋର
ତମ ଆଖି ଖୋସି ହୋଇଯିବ !
ତମ ପାଇଁ,
ତମ ବିଶ୍ୱାସ ବଜେଇ ରଖିବା ପାଇଁ
ମୁଁ ଯିବି,
ମୁଁ ଯିବି ତମ ଗହଣରେ
ତୁମ ଆହ୍ଲାଦରେ – ଧନ୍ୟ ହେବା ପାଇଁ
ନୀଳମାଧବ କର
ଓଲଭରହାମ୍ପଟନ, ଇଂଲଣ୍ଡ
