ସତ୍ୟ – ବନ୍ଦନା ମହାପାତ୍ର
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ପ୍ରେମରୁ ଜାତ ସାରା ଜଗତ ସ୍ରଷ୍ଟା ହାତୁ ପ୍ରେମ ଜାତ,
ପ୍ରେମରୁ ଉତ୍ପତ୍ତି ଦ୍ରୁଷ୍ଟି, ଭାବ, ଭକ୍ତି ଥାଏ ଭଗବତ୍ ତତ୍ତ୍ଵ ॥
ପ୍ରେମରୁ ଆରମ୍ଭ ହସ, କାନ୍ଦ, ଦୁଃଖ ସୁଖ ନଦୀର ଝରଣା
ପ୍ରେମରୁ ମଣିଷ ସତ୍ ମଣିଷରେ ସଭିଙ୍କ ମଧ୍ୟରେ ଗଣା ॥
ପ୍ରେମ ବଳେ ହୁଏ ଅସାଧ୍ୟ ସାଧନ ପାପ ପଙ୍କୁ ତରିଯାଏ
ପ୍ରେମ ତ ବୁଝେନା ଉଚ୍ଚ-ନୀଚ ଭାବ ଭେଦ ଅଭେଦ ନ ଥାଏ ॥
ପ୍ରେମ କରିଦିଏ ଶତ୍ରୁକୁ ମିତ୍ରରେ ଶୁଣାଇ ପ୍ରେମର ବଂଶୀ
ପ୍ରେମ ହିଁ ଦେଖାଏ ସତ୍ଯର ମାର୍ଗକୁ ସବୁ କ୍ଲେଶ ଯାଏ ଧ୍ବଂସି ॥
ପ୍ରେମ ଫୁଟେ ପ୍ରିୟା ପ୍ରିୟତମା ହୃଦେ ପ୍ରୀତି କୁସୁମ ବନ,
ମଧୁର ମିଳନ ସ୍ମୃତିର ସ୍ପନ୍ଦନ ଯୁଗ ଯୁଗକୁ ବନ୍ଧନ ॥
ପ୍ରେମରେ ବିରହ ପ୍ରେମରେ ମିଳନ ପ୍ରେମ ଦିଏ ପ୍ରତିଶ୍ରୁତି
ଦେଇପାରେ ସିଏ କୃର ପ୍ରତାରଣା ଗାଳିଚାରେ ଝଡ ସୃଷ୍ଟି ॥
ବିରହ, ମିଳନ, ସ୍ମୃତି, ଅନୁଭୂତି ସର୍ବତ୍ର ପ୍ରେମର ତତ୍ତ୍ଵ
ହେଲେ ପ୍ରେମ ଏଠି ଅଛିଣ୍ଡା ଅକ୍ଷର ପ୍ରେମ ସବୁବେଳେ ‘ସତ୍ୟ’ ॥
