ଜୀବନ କହୁଛି ଏଠି ଥକିବା ମନା – ଗୋପାଳ ଚନ୍ଦ୍ର ସାଓ

ଲେଖକ ପରିଚୟ

ଗୋପାଳ ଚନ୍ଦ୍ର ସାଓ
ବିକେସି, କଲୋନୀ, ବାରିପଦା, ମୟୂରଭଞ୍ଜ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଜୀବନ କହୁଛି ନାଁ ରେ ନାଁ
ଏଠି ଥକିବା ମନା
ଟିକେ ଆଗ ପଛ ଦେଖି
ଭୁଲ ଠିକ୍ ପରଖି
ଦଣ୍ଡେ ଥକି ଉଠି ପୁଣି
ଚାଲିବାକୁ ତ ପଡିବ
ଏଇ ଜୀବନ ବାଟ
ନିଷ୍ଠୁର ସମୟ କେବେ
ପଛକୁ ବୁଲି ଚାହେଁ ନା…

ପ୍ରତି ପାଦେ ଥାଇ ପାରେ
ଅନେକ ଯନ୍ତ୍ରଣା
ଆଘାତ ବେଳେ ବେଳେ
କରିପାରେ ବାଟ ବଣା
ମନ ଟା ବି ଭାରି ଚଞ୍ଚଳ
ହାତ ଠାରି ଡାକି ଦେଲେ
ଟିକିଏ ଘର ଜଞ୍ଜାଳ
କର୍ତ୍ତବ୍ୟ ଭୁଲି ଯାଇ
କରି ବସେ ମିଛ ବାହାନା…

ତଥାପି ନିଜକୁ ସଜାଡି
ଏକା ଏକା ଚାଲିବାକୁ ହବ
ନିଜ ମଥାରେ ଭିଡି
ସାହସର ଲମ୍ବା ପଗଡ଼ି
ପାଦେ ଅଟକି ଗଲେ ନା
ଇଚ୍ଛା ସବୁ କହିବେ ତୋତେ
ଆମକୁ ମାରି ଦିଅ ନା…

ଉଜାଗରେ ସ୍ବପ୍ନ ଦେଖି
ସ୍ୱପ୍ନକୁ ଆଖିରେ ମାଖି
ନିରାଶାକୁ କରି ବନ୍ଦୀ
ପ୍ରତିଯୋଗିତାରେ ଛନ୍ଦି
ଚାଲିବାକୁ ହବ ଆଗକୁ
ଆହୁରି ଆଗକୁ
ଏଇ ମନେ ରଖି
ଦୃଢ଼ ଭାବନା…


ଗୋପାଳ ଚନ୍ଦ୍ର ସାଓ, ଦେଉଳି, ବାରିପଦା
ମୟୂରଭଞ୍ଜ,  ମୋ- ୯୯୩୭୦୪୬୯୯୮


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ