ଧର୍ମ ଅଧର୍ମ – ମଧୁସ୍ମିତା ନାୟକ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ଧର୍ମ ଅଧର୍ମର ପଶାପାଲି ଖେଳେ
ଧର୍ମ ହାରିଯାଏ କାହିଁ ?
ସତ୍ୟ,ନ୍ୟାୟ ପଥେ ପଥିକଟେ ଭାଳେ
ଅସତ୍ୟ ହସୁଛି ଭାଇ !
ସଭିଙ୍କ ଜନମ ଯେଉଁ ମାଆ କୋଳେ
ସେ..ମା’ କୁ ଆଦର ନାହିଁ।
ଅଣାୟତ୍ତ ନର କାଳର କବଳେ
ଶୋଇବ ଜୁଇରେ ଯାଇ।
‘ମୋହ’ ର ଅଗ୍ନିବି ହୁତୁ ହୁତୁ ଜଳେ
ହସୁଛି ମଶାଣି ଭୂଇଁ ।
ଲୁଚି ଲୁଚି କେହି ଆୟୁଷକୁ ତୋଳେ
ସତେ ମରଣକୁ ଚାହିଁ।
ଧର୍ମ ଅଧର୍ମର ପଶାପାଲି ଖେଳେ
ଧର୍ମ ହାରିଯାଏ କାହିଁ ?
ମଧୁସ୍ମିତା ନାୟକ
