କଳା ନାବିକ – ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ
ଲେଖକ ପରିଚୟ

ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ
ପରଂବ୍ରହ୍ମ ପାରିକର
ଅଛି ଦରିଆ ମଧ୍ୟର
ଏ ଭବ ସାଗରେ ଭାସି ଯାଉଅଛି
ପାରିକର ପାରିକର ।।
ଦଦରା ନାଵରେ ବସି
ଯାଉଛି ମୁଁ ଭାସି ଭାସି
ବୟସ ଗଲାଣି ମୋର
ବୃଦ୍ଧ ହେଲାଣି ଶରୀର
ଚାରି ପ୍ରାଣୀର ଯେ କୁଟୁମ୍ବ ମୋହର
ଉଦ୍ଧରିବ ବିଶ୍ୱେଶ୍ୱର।।
ଥଳ କୂଳ ପାଉ ନାହିଁ
ଦୁଃଖ ଭଉଁରୀ ଖେଳଇ
କୂଳ ଲଂଘୁଛି ସାଗର
ଦେଖି ମାଡୁଅଛି ଡର
ପାଖରେ ରହି ହେ କାଳିଆ ନାବିକ
କରିଦେବ ମୋତେ ପାର ।।।।
ଆନ କିଛି ଲୋଡ଼ା ନାହିଁ
ଆଶା ତୋ ଶ୍ରୀଭୁଜ ଛାଇ
ଜୀବ ଯିବା ବେଳେ ମୋର
ଦେଖିବି ତୋ ଶ୍ରୀପୟର
ପ୍ରଣତି ଘେନ ହେ ନୀଳାଚଳ ବାସୀ
ପ୍ରାର୍ଥେ ଯୋଡି ବେନିକର ।।
ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଚକାପଦା, ବେଗୁନିଆ, ଖୋରଧା
