ଗୋଟେ ଖୁସି ଆଉ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

✍???? *ଗୋଟେ ଖୁସି ଆଉ*✍????
***********************
ବଜାର ହାଟରେ ମେଳା ମଉତ୍ସବେ
ଚିହ୍ନା କି ଅଚିହ୍ନା ହେଉ
ଭେଟାଭେଟି ହୋଇ ହସା ହସି ହେଲେ
ସତେ ଗୋଟେ ଖୁସି ଆଉ।
ଦେଖା ସାକ୍ଷାତରେ ଚିହ୍ନାଜଣା ହେଲେ
ଜନ୍ମେ ମିଠା ପରିଚୟ
ନିବିଡ଼ତା ହେଲେ ଘନିଷ୍ଠତା ବଢେ
ସମ୍ପର୍କ ହୁଏ ଅଥୟ।
ସମ୍ପର୍କର ପ୍ରେମ କୋଣାରକ ଗଢେ
ଲେଖେ ସେ ଅଭୁଲା ସ୍ମୃତି
ସେହି ସ୍ମୃତି ବୋଳା ଆଲ୍ ବମ୍ ଦେଖିଲେ
ଖୁସି ପାଏ ମିଠା ପ୍ରୀତି।
ଦୁଃଖରେ ଅଭାବେ କିମ୍ବା ବିପଦରେ
ପାଖେ ଥିଲେ ପ୍ରିୟ ବନ୍ଧୁ
ଅଦୃଶ୍ୟ ଖୁସିଟା ଅନ୍ତରୁ ବାହାରି
ଚଢିଯାଏ ପ୍ରୀତି ସିନ୍ଧୁ।
ନିଜ ସଫଳତା କିବା ଆତ୍ମୀୟର
ଯେବେ ଶୁଣେ ପ୍ରିୟ କାନ
ଖୁସିଟା ଗରବେ ଉତ୍ଫୁଲ୍ଲେ ନିନାଦେ
ମାନେ ନାହିଁ ଥାନ ମାନ।
କାହା ଦୁଃଖ ଦେଖି ହୃଦ ଯାର କାନ୍ଦେ
ଜଣାଏ ସହାନୁଭୂତି
ଅନ୍ତର ଚହଲେ ଆନନ୍ଦେ ସେ ପାଏ
ଖୁସିର ଅମରାବତୀ।
ପର ଖୁସି ଦେଖି ଆନନ୍ଦେ କୁରୁଳେ
ହୃଦୁ ଦିଏ (ଯେ) ପ୍ରିୟ ପତ୍ର
ଖୁସି ତା ପାଶରୁ ଯାଏ ନାହିଁ ଛାଡି
ଚିର କହେ ମହାମିତ୍ର।
ଦିନଚର୍ଯ୍ୟା ସହ କର୍ମକୁ ଆଦରି
ପାଳେ ଯିଏ ନିଜ ଧର୍ମ
ଖୁସି ତା ପଛରେ ଦୌଡ଼ି ଦୌଡ଼ି ଆସେ
ମଥାରେ ଲେଖେ ତା ନାମ।
ଜୀବନଟା ସୁଖ ଦୁଃଖର ମିଶ୍ରଣ
ନାଚି କୁଦି ଚାଲିଯାଉ
ଯେତେ ବାଧା ଆସୁ ନିଷ୍ଠା ହସି କହେ
ଆସୁ ଗୋଟେ ଖୁସି ଆଉ।

✍???? *ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କେନ୍ଦୁଝର*✍????

Leave a Reply

Your email address will not be published. Required fields are marked *