ବାଇଶି ପାହାଚ – ଇଂ ଦୀପ୍ତି ରଞ୍ଜନ ପଣ୍ଡା
ତୋ ଉପରେ ପାଦ ପଡ଼ିବାର ପରେ
ପ୍ରଭୁ ମୁଖ ଦରଶନ
ପୃଥିବୀରେ କିଏ ତୋ ପରିକା ଅଛି
ଆଉ ଏତେ ଭାଗ୍ୟବାନ ॥୧।।
ସଭିଙ୍କର ତୁହି ଚରଣ ଧୂଳିକୁ
କୋଳେ ଦେଇଅଛୁ ସ୍ଥାନ
ଧନ୍ୟ ପରା ତୁହି ବାଇଶି ପାହାଚ
ଅଟୁତୁ ଭାରି ମହାନ ॥୨।।
ସାମନାରେ ରହି ବଡ଼ଦେଉଳର
ଶୋଭା ବଢ଼ାଉଛୁ ତୁହି
ତୋହର ପାଖରେ ଧନୀ ଓ ଗରିବ
ଭେଦଭାବ କିଛି ନାହିଁ ॥୩।।
କଣା, କୁଜା, ଛୋଟା, ବୃଦ୍ଧ ଓ ବାଳୁତ
ତୋ ପାଖେ ସର୍ବେ ସମାନ
ଫେରିବା ସମୟେ ସରବେ ତୋ କୋଳେ
ଜମାନ୍ତି ନିଜ ଆସ୍ଥାନ ॥୪।।
ଶୋଭା ବଢ଼ାଉଛୁ ତୁହି
ତୋହର ପାଖରେ ଧନୀ ଓ ଗରିବ
ଭେଦଭାବ କିଛି ନାହିଁ ॥୩।।
କଣା, କୁଜା, ଛୋଟା, ବୃଦ୍ଧ ଓ ବାଳୁତ
ତୋ ପାଖେ ସର୍ବେ ସମାନ
ଫେରିବା ସମୟେ ସରବେ ତୋ କୋଳେ
ଜମାନ୍ତି ନିଜ ଆସ୍ଥାନ ॥୪।।
ତୋହରି କୋଳରେ ପୂର୍ବପୁରୁଷଙ୍କୁ
ପିଣ୍ଡଦାନ ଯେ କରିବ
ସ୍ୱର୍ଗଲୋକରୁ ସେ ପୂର୍ବପୁରୁଷଙ୍କ
ଆଶିଷ ନିଶ୍ଚେ ଲଭିବ ॥୫।।
ତୋତେ ସାକ୍ଷୀ ରଖି ତୋ ଉପରେ ଯିଏ
ନିଜ ଶିଶୁକୁ ଗଡ଼ାଏ
କାଳିଆ ଆଶିଷ ଲଭି ତା ଜୀବନ
ଅମୃତମୟ ହୁଏ ॥୬।।
ପ୍ରଭୁ ଦରଶନ ଯିଏ କରିଅଛି
ତୁହି ଏକା ତାର ସାକ୍ଷୀ
କି ବିଶାଳ ତୋର ହୃଦୟ ସତରେ
ମନ ଯାଉଅଛି ଲାଖି ॥୭।।
ତୁହି ରହିଥିବୁ ପ୍ରଭୁ ରହିଥିବେ
ଏହାହିଁ ଅଟଇ ସତ
ସମସ୍ତଙ୍କ ଦଳା ଚକଟା ଖାଇବା
ତୋର ଜୀବନର ବ୍ରତ ॥୮।।
ତୁହି ଏକା ତାର ସାକ୍ଷୀ
କି ବିଶାଳ ତୋର ହୃଦୟ ସତରେ
ମନ ଯାଉଅଛି ଲାଖି ॥୭।।
ତୁହି ରହିଥିବୁ ପ୍ରଭୁ ରହିଥିବେ
ଏହାହିଁ ଅଟଇ ସତ
ସମସ୍ତଙ୍କ ଦଳା ଚକଟା ଖାଇବା
ତୋର ଜୀବନର ବ୍ରତ ॥୮।।
ଚାହିଁ ରହିଥାଉ ବରଷକେ ଥରେ
ପ୍ରଭୁଙ୍କୁ କୋଳେଇବାକୁ
ମନ ଜାଣି ପ୍ରଭୁ ରଥଯାତ୍ରା ବେଳେ
ଆସନ୍ତି ତୋର କୋଳକୁ ॥୯।।
ଏତେ ଅତ୍ୟାଚାର ସହିବା ପରେ ବି
ମନରେ ନାହିଁ ଗରବ
ତୋହର ଗୁଣରୁ ସାମାନ୍ୟ ଟିକିଏ
ମୋ ଭିତରେ ପ୍ରଭୁ ଦେବ ॥୧୦।।

ପଢିବାକୁ ଭୁଲନ୍ତୁ ନାହିଁ
ଇଂ ଦୀପ୍ତି ରଞ୍ଜନ ପଣ୍ଡା, ଆଇଗିଣିଆ, ଭୁବନେଶ୍ଵର
ଦୂରଭାଷ : ୯୪୩୭୦୮୧୩୩୩
ଦୂରଭାଷ : ୯୪୩୭୦୮୧୩୩୩
