ସଂସ୍କାର ଓ ସଂସ୍କୃତିକୁ କରି ସନମାନ ହେ’ନାରୀ ନାରାୟଣୀ ହୁଅ ତୁ ମହାନ – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ସଂସ୍କାର ଓ ସଂସ୍କୃତିକୁ କରି ସନମାନ
ହେ’ନାରୀ ନାରାୟଣୀ ହୁଅ ତୁ ମହାନ….

ନାରୀ ତୁହି ନାରାୟଣୀ ଶକ୍ତିର ପ୍ରତୀକ
ଅନେକଙ୍କ ମଧ୍ୟେ ତୁହି ଅଟୁ ପରା ଏକ
ଜାୟା,ଭଗିନୀ,ମାତା ସବୁରି ରୂପେ ତୁହି
ପ୍ରତି ଜନ ଧନ୍ୟହୁଏ ତୋ’ ସାନିଧ୍ୟ ପାଇ…..

ଲଜ୍ୟା ଅଟେ ତୋର ନିଜ ହୃଦ ଅଳଙ୍କାର
ସହିବା ଶକ୍ତି ଅପାର ନାହିଁ ଅହଙ୍କାର
ସମର୍ପଣ ଭାବେ ତୁହି ଅଜୟ ଅମର
ଆଦ୍ୟଗୁରୁ ଅଟୁ ତୁହି ଆମ ସମାଜର….

ସଂହାର କାରିଣୀ କେବେ ପ୍ରେମ ପୂଜାରିଣୀ
କୋକିଳ ଭାଷିଣୀ ପୁଣି ଅମୃତ ଦାୟିନୀ
ସଂସ୍କାର,ସଂସ୍କୃତି ପାଇଁ ଜନମ ତୋହରି
ତୋହରି ସତିତ୍ବେ ଇଶ୍ବର ଯାଇଥାନ୍ତି ହାରି…

ସଂସ୍କାର ଓ ସଂସ୍କୃତିକୁ କରି ସନମାନ
ହେ’ନାରୀ ନାରାୟଣୀ ହୁଅ ତୁ ମହାନ…..


ସନ୍ତୋଷ ପଟ୍ଟନାୟକ, ତିରିଡା, ବେଗୁନିଆପଡା, ଗଞ୍ଜାମ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ