ଝୁଲା ମଧୁଶାଳା – ପ୍ରଶାନ୍ତ କୁମାର ସାହୁ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
କୀଳିତ ଜୀବନେ ମୋ
ପାଇନାହିଁ ଅବସର ଭାବିବାକୁ,
ମୁଁ ମୋର କେବେ ହେବି
ଗଢିବାକୁ
ମୋ ନନ୍ଦନକାନନ,
କେଉଁ ଅଦୃଷ୍ଟ ନିଶାପର ଇଗିଂତରେ
ନିଶ୍ଚେଟ ମୁଁ,
ଉତ୍ତରସାଧକ ସାଜି ସାଉଁଟୁଛି
ତହବିଲ ମଧୁ ଅତୁଳନ ।
ଦୁର୍ଘଟ ପ୍ରତିଯୋଦ୍ଧାଟିଏ ମୁଁ
ଛାଡି ବାସ୍ତୁରା ଜୀବନ,
ଆବୋରିଛି ନିଷିଦ୍ଧ ଏ ବଗଚରା
ଯହିଁ ସଦା ପ୍ଳାବିତ ଝରା ଭାନୁଜା,
ଏ’ତ ସଂସାରର ବିମୋହନ ।
ଆସମାନୀ ପୀୟୂଷକୁ ଦେଖି
ନ ଗାଅ ଚର୍ଚ୍ଚରୀ…
ଭାଗିଂ ମୋର ସ୍ବପ୍ନ
କରି ପୁଳାପୁଳା,
ଏ’ତ ବରଦାନ ତୁମ ପାଇଁ ବନ୍ଧୁ
ପବିତ୍ର ରଞନ ମୋ ଦିବି-
ଏ ଝୁଲା ମଧୁଶାଳା ।
ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ, ଖୋର୍ଦ୍ଧା
