ଆସ ପାଳିବା ନବବର୍ଷ – ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ

ଲେଖକ ପରିଚୟ

ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ
ଚକାପଦା, ବେଗୁନିଆ, ଖୋରଧା | ସଦ୍ୟ ପୋଷ୍ଟ

ଆସ ପାଳିବା ହୋ ଆସ ପାଳିବା
ହିନ୍ଦୁ ରାଷ୍ଟ୍ରୀୟ ନବ ବରଷ ।।।
ମୁରୁଜ ପକାଇ ତୋରଣ ସଜାଇ
(ଦ୍ୱାରେ) ବସାଇ ପୂର୍ଣ୍ଣ କଳସ…
ଆସ ପାଳିବା ହୋ ଆସ ପାଳିବା
ହିନ୍ଦୁ ରାଷ୍ଟ୍ରୀୟ ନବ ବରଷ ।।।

ମନ୍ଦିର କୁ ଯାଇ ପ୍ରଦୀପ ଜଳାଇ
କରିବା ଧ୍ୟାନ ପ୍ରାର୍ଥନା
ପୂଜ୍ୟଙ୍କୁ ପୁଜିବା ଆଶିଷ ମାଗିବା
(ଦୂର) ହେଉ ସକଳ କଳୁଷ….
ଆସ ପାଳିବା ହୋ ଆସ ପାଳିବା
ହିନ୍ଦୁ ରାଷ୍ଟ୍ରୀୟ ନବ ବରଷ ।।।

ରାମ ଅଭିଷେକ ଗଣନା ବ୍ରହ୍ମାଙ୍କ(କାଳ)
ପ୍ରାରମ୍ଭିତ ଏ ଯୁଗାବ୍ଦ
ଆର୍ଯ୍ୟ ସମାଜର ରାଷ୍ଟ୍ର ସଂସ୍କୃତିର
ପାଳି ପ୍ରତିଷ୍ଠା ଦିବସ….
ଆସ ପାଳିବା ହୋ ଆସ ପାଳିବା
ହିନ୍ଦୁ ରାଷ୍ଟ୍ରୀୟ ନବ ବରଷ ।।।

ସାତ୍ତ୍ଵିକ ଭୋଜନ ରେ ଦେବାଟି ମନ
ଗାଇ ମାତୃଭୂମି ଗୀତି
ପାଳିବା ଉତ୍ସବ ନେଇ ଐକ୍ୟ ଭାବ
(ମନେ) ଭରି ଆନନ୍ଦ ଉଲ୍ଲାସ….
ଆସ ପାଳିବା ହୋ ଆସ ପାଳିବା
ହିନ୍ଦୁ ରାଷ୍ଟ୍ରୀୟ ନବ ବରଷ।।।

ଧରଣୀ ରମଣୀ ମୁରୁଜକୁ ବୁଣି
ପିନ୍ଧି ସାଗୁଆ ବସ୍ତ୍ରକୁ
କୋକିଳ ତାନରେ ଆନନ୍ଦ ମନରେ
ଦିଏ ନୂତନ ସନ୍ଦେଶ ….
ଆସ ପାଳିବା ହୋ ଆସ ପାଳିବା
ହିନ୍ଦୁ ରାଷ୍ଟ୍ରୀୟ ନବ ବରଷ।।।


ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଚକାପଦା, ବେଗୁନିଆ, ଖୋରଧା


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ