ଆଜିର ସମାଜ – ରାମଚନ୍ଦ୍ର ପ୍ରଧାନ

ଲେଖକ ପରିଚୟ

ରାମଚନ୍ଦ୍ର ପ୍ରଧାନ
ସାନ୍ତରାପଲ୍ଲୀ, ଗଞ୍ଜାମ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଦୁର୍ନୀତିର ଗନ୍ଧେ ଆଜିର ସମାଜ
ଅଣନିଶ୍ୱାସୀ ଲାଗୁଛି
ନିତି ଆଦର୍ଶର ସେ କଥା ଅମୃତ
ସ୍ୱାର୍ଥର ବିଷେ ଜଳୁଛି l
ଚାରିଆଡ଼େ ଖାଲି ପ୍ରତିହିଂସା ନିଆଁ
ଭୟରେ ଦେହ ଥରୁଛି
ଅଶାନ୍ତି କରୁଛି ସମାଜେ ରାଜୁତି
ବିଚରା ଶାନ୍ତି କାନ୍ଦୁଛି l
ସମାଜର ଏଇ ଅବସ୍ଥା ଦେଖିଲେ
ମନରେ କୋହ ଆସୁଛି
କେବେ ବଦଳିବ ସେ କଥା ଭାବିଲେ
ଚିନ୍ତାରେ ମୁଣ୍ଡ ଘୁରୁଛି l
ନୈତିକତା ଶୂନ୍ୟ ଆଜିର ସମାଜେ
ସମ୍ପର୍କ ବାଟ ହୁଡୁଛି
ମଣିଷ ପଣିଆ ଭୁଲି ଏ ମଣିଷ
ରକ୍ତରେ ହୋଲି ଖେଳୁଛି l
ମିଛ ସମ୍ପର୍କର ଅଡୁଆ ସୁତାରେ
ମଣିଷ ଛନ୍ଦି ହେଉଛି
ଛଳନା ରଙ୍ଗକୁ ମୁହେଁ ମାଖି ସିଏ
ମିଛି ମିଛିକା ହସୁଛି l
ଗାଆଁ ଠୁ ସହର ସବୁଠାରେ ଏବେ
ପାଶ୍ଚାତ୍ୟ ଛାପ ଦିଶୁଛି
ଅପ ସଂସ୍କୃତିର ସେ ଅନ୍ଧ ଗଳିରେ
ସଂସ୍କାର ଖାଲି ଝୁଣ୍ଟୁଛି l
ହେ ମଣିଷ ଭାଇ ସୁଧୁରି ଯାଅହେ
ହାତଯୋଡ଼ି କି’ କହୁଛି
ସୁସ୍ଥ ସମାଜଟେ ଗଢ଼ିବାକୁ ଆଜି
ନିବେଦନ ମୁଁ କରୁଛି l

ରାମଚନ୍ଦ୍ର ପ୍ରଧାନ, ଶିକ୍ଷକ
ସାନ୍ତରାପଲ୍ଲୀ, ଗଞ୍ଜାମ
ମୋ:9861638736


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ