ରଙ୍ଗର ପରବ ହୋଲି – ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ

ଲେଖକ ପରିଚୟ

ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ
ଚକାପଦା, ବେଗୁନିଆ, ଖୋରଧା | ସଦ୍ୟ ପୋଷ୍ଟ

ଆସରେ ମିତ ଆସ ସଙ୍ଗାତ
ଖେଳିବା ରଙ୍ଗ ହୋଲି
ନାଲିଆ ନେଳି ରଙ୍ଗ କୁ ଗୋଳି
ମାରିବା ପିଚକାରୀ ।।

ଦୋଳ ବିମାନେ ଆନନ୍ଦ ମନେ
ବିରାଜି କୃଷ୍ଣ ରାମ
ଖୋଳ ତାଳରେ ନାଚି ଭୋଳରେ
ଗାଇବା ତାଙ୍କ ନାମ ।।

ଖେଳନ୍ତି ହୋଲି ଶ୍ରୀବନମାଳୀ
ଗୋପୀ ଗୋପାଳ ମେଳେ
ସଙ୍ଗେ ଅଛନ୍ତି ରାଇକିଶୋରୀ
ଯମୁନାନଈର କୂଳେ ।।

ବଡ଼ ଦେଉଳ ଭାରି ଗହଳ
( ଆଜି)ଜଗା ଖେଳୁଛି ହୋଲି
ଦୋଳ ମଣ୍ଡପେ ଦେଖିବା ଦିଅଁ
ପାପ ଯିବଟି ଚାଲି ।।

ରଙ୍ଗ ଅବିର କରେ ଅଧୀର
ଆସ ଖେଳିବା ସାଙ୍ଗ
ପଣା କରିବା ଦେବ ପୁଜିବା
ବାଟିବା ଟିକେ ଭାଙ୍ଗ ।।

ଜାତି ଧର୍ମକୁ ରାଗ ହିଂସା କୁ
ଦୂରକୁ ଦେବା ଠେଲି
ଏକାଠି ହୋଇ ଦେବା ବତାଇ
(ଆମେ) ଗୋଟେ ମାଆର ଵୋଲି ।।


ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଚକାପଦା, ବେଗୁନିଆ, ଖୋରଧା


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ