ପ୍ରୀତିର ସ୍ଵାକ୍ଷର ସୁହାଗ ସିନ୍ଦୁର – ସଦାନନ୍ଦ ସାହୁ

ଲେଖକ ପରିଚୟ

ସଦାନନ୍ଦ ସାହୁ
ଧୁରୁଷିଆ, ଆଠଗଡ଼, କଟକ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ପ୍ରୀତିର ସ୍ଵାକ୍ଷର ସୁହାଗ ସିନ୍ଦୁର
ସିନ୍ଥି ରେ ନାଇଚି ମୋର,
ଏ ତ ପ୍ରେମର ପ୍ରତୀକ ତୁମ ସମର୍ପଣ
ଦେଇଚି ନୂଆ ଜୀବନ ॥

ପ୍ରେମ ପୂଜାରିଣୀ ସାଜିଛି ମୁଁ ଆଜି
ସାତ ଜନମର ସାଥୀ,
ପ୍ରେମଫଗୁ ସବୁ ବୋଳିଛି ଦେହରେ
ମନ ତ ଯାଇଚି ମାନି ॥

ନିନ୍ଦା ଅପବାଦ କେତେ ସହିଥିଲି
କୁଆଁରୀ ଜୀବନେ ମୋର,
ଟୋପାଏ ସିନ୍ଦୁର ଦେଲା ପରିଚୟ
ଜୀବନ ହୋଇଛି ଧନ୍ୟ ॥

ସରାଗେ ଦେଇଛ ନାଲି ଶଙ୍ଖା ଚୁଡ଼ି
ହୃଦୟର ରାଣୀ ବୋଲି,
ମଥାରେ ଓଢଣୀ ଦେଇଛ ତ ଢାଙ୍କି
କୁଳବଧୂ ବୋଲି ମୁଁହିଁ ॥

ମୋ ପାଦ ପାଉଁଜି ଶବଦରେ ଆଜି
ପ୍ରେମଗୀତି ବାଜି ଉଠେ,
ମୋ ହାତ ମେହେନ୍ଦି ଚିତିର ରେ ଆଜି
ତୁମ ପ୍ରୀତିଛବି ଭାସେ ॥

କୁହ ପ୍ରାଣପ୍ରିୟ କଲ କି କୁହୁକ
ପ୍ରେମରେ କିମିଆଁ କରି,
ତୁମ ଅଗଣାରେ ଚାଲୁଛି ମୁଁ ଆଜି
ବଧୂବେଶେ ଢଳି ଢଳି ॥

ଜୀବନ ମୋହର ହୋଇଛି ସାର୍ଥକ
ପ୍ରେମର ପରଶ ପାଇ,
ଦେହମନ ସବୁ ତୁମ ସମର୍ପଣେ
ଜନ୍ମ ଜନ୍ମାନ୍ତର ପାଇଁ ॥

ସଂସାର ଗଢିବା ଆମେ ଦୁଇମନ
ସୁନା ନୀଡଟିଏ ଗଢି,
ପ୍ରୀତି ହସ ଫୁଲେ ଶାବକ ଶୋଇବେ
ପ୍ରେମ ସ୍ଵପ୍ନେ ଯିବା ହଜି ॥


ସଦାନନ୍ଦ ସାହୁ, ଧୁରୁସିଆ, କଟକ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ