ପ୍ରତୀକ୍ଷା – ପ୍ରଶାନ୍ତ କୁମାର ସାହୁ

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ମନ ମାନସୀ ଧରି କଳସୀ
ଠିଆ ସରସୀ ତୀରେ
ଥରା ଓଠର ସୁରେ,
ଢଳଢଳ ତା’ ନୟନ ଯୋଡି
ଦେଖେ ଦରଦ ଗାରେ
ହେବକି ଭେଟ ଥରେ ।

ଛନଛନ ତା’ କୋମଳ ମନ
ସ୍ମରୀ ସେ’ ତକାତକି
ପାଇ ପିରତି ଝୁଙ୍କି,
ହସ ଖୁସିଆ ମନଟି ଆଜି
ଯାଇଛି ଶୁଖିଶୁଖି
ମାସୀ ଦିନ ଏକାକୀ ।

ମାତବରିଆ ସପନ ତା’ର
ବାହୁନେ ଥିରିଥିରି
କୁହୁଳେ ଝୁରିଝୁରି,
ପ୍ରୀତି ପୀଡନ ଟୁପୁସୀ ମାନ
କିପରି ଯିବ ସରି
ପ୍ରିୟ ପିରତି ଧରି ।


ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ, ଖୋର୍ଦ୍ଧା


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ