ଜୀବନର ଅର୍ଥ – ରୁଦ୍ର ନାରାୟଣ ଦାଶ

ଲେଖକ ପରିଚୟ

ରୁଦ୍ରନାରାୟଣ ଦାଶ
+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଜୀବନର ଅର୍ଥ ବଦଳିଗଲାଣି
ଆହେ ପ୍ରଭୁ ଚ଼କାଡ଼ୋଳା,
ଅର୍ଥ, ଲୋଭ, କାମ ଜୀବନର ଲକ୍ଷ୍ଯ
ହୋଇ ଭାସେ ଭେଳା ଭେଳା।୧।

ଅଧର୍ମ ପଥରେ ନିଅନାହିଁ ସ୍ବାମୀ
ନାହିଁ ଦରକାର ମୋର,
ସୁଖ ଖୋଜୁନାହିଁ ଏପରି ଭାବରେ
ପାଇ ପାରିବିନି ପାର।୨।

ଜୀବନର ମୂଲ୍ଯ ଭସାଇ ଦେଇଛି
ଅଧର୍ମ ନଈର ମଧ୍ଯେ,
ଖୋଜିଲେ ବି ପାର ପାରୁନି ମୁଁ ଆଜ
ଲୀନ ହେଲାଣି ତା’ ଗର୍ଭେ।୩।

ଜୀବନର ଅର୍ଥ ବଦଳାଇ ପୁଣି
ଫେରୁଛି ଧର୍ମ ପଥକୁ,
ନିବେଦନ ମୋର ଆହେ ଚ଼କାଡ଼ୋଳା
ରଖ ତୁମ ଆଶ୍ରିତକୁ।୪।

Leave a Reply

Your email address will not be published. Required fields are marked *