ଅହଂକାର – ବରଦା ପ୍ରସାଦ ରଥ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ସ୍ବର୍ଗକୁ ଶିଡି ବାନ୍ଧିବାକୁ ଭାବିଥିଲା….
ବିଶ୍ରବା ନନ୍ଦନ ରାବଣ,
ପୋଡି ପାଉଁଶ ହୋଇଥିଲା ସ୍ବର୍ଣ୍ଣ ଲଙ୍କା…
ମିଶିଗଲା ମାଟିରେ ଗର୍ବ ଅହଂକାର ।
ବିନାଯୁଦ୍ଧେ ଦେବିନାହିଁ ସୂଚ୍ୟଗ୍ର ମେଦିନୀ…..
କହିଥିଲେ…..
ମାନଗୋବିନ୍ଦ ମହାମାନୀ ଦୁର୍ଯ୍ୟୋଧନ,
ଧୂଳିସାତ ହୋଇଗଲା କୌରବ କୂଳ
ଆଉ ଦମ୍ଭର ହସ୍ତିନାପୁର ସିଂହାସନ ।
ଆଦେଶ ଥିଲା….
ଫିଟାଇବ ନାହିଁ ବନ୍ଦିର ଲୌହକବାଟ……
ହସିଥିଲେ କୃଷ୍ଣ………
ଖୋଲିଗଲା କଂସର ମୃତ୍ୟୁର ରୁଦ୍ଧଦ୍ବାର,
ତେଣୁ କେଉଁ ଗର୍ବ ଅହଂକାରରେ କହୁଛ…..
ମଣିଷ…………..
ଦିନେ ପାଲଟିଯିବ ଏକ ଥୁଣ୍ଟାଗଛ,
ସବୁ ଦାମ୍ଭିକତା ଓ ଔଦ୍ଧତ୍ୟ…..
ସମୟକ୍ରମେ ଅନ୍ତର୍ହିତ ହୋଇଯିବ,
ଆସିଥିଲି ଶୂନ୍ୟହସ୍ତେ………….
ଫେରି ଯାଉଛି ଶୂନ୍ୟହସ୍ତେ………।
ବରଦା ପ୍ରସାଦ ରଥ, ରାୟଗଡା, ଓଡିଶା
