ଅଭୂଲା ଅତୀତ – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ଶାଢ଼ୀପିନ୍ଧା ଏବେ ପୁରୁଣା କାଳିଆ
ବିଦେଶେ କିନ୍ତୁ ଆଦର,
ମଦଟା ଆମର ଫେଶନ ବନିଛି
ନାରୀ ହଉ ଅବା ନର….

ପରମ୍ପରା ସବୁ ଅଲୋଡା ଅତୀତ
ଇତିହାସ ହେଲା ମିଛ
ସ୍ବାଧୀନ ଦେଶର ନାଗରିକ ଆମେ
ଗୀତା ଛୁଇଁ କରୁ ପାପ…..

ଶୁଖୁଆ ଛାଡିକି ଖାଇଲୁଣି ଆମେ
ହୋଟେଲର ଡ୍ରାଏଫିସ୍
ପଖାଳଟା ହେଲା ଗରିବର ଖାଦ୍ୟ
ଟେଷ୍ଟି ଏବେ ୱେଟରାଇସ୍

କାଶିବା,ଛିଙ୍କିବା ,ଉଠିବା ,ବସିବା
ସବୁଥିରେ ଇଂଙ୍ଗିଲିସ୍
ହଜମ ହଉନି ଓଡ଼ିଆଟା ଏବେ
ପେଟରେ ହେଲାଣି ଗ୍ୟାସ୍….


ସନ୍ତୋଷ ପଟ୍ଟନାୟକ, ତିରିଡା, ବେଗୁନିଆପଡା, ଗଞ୍ଜାମ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ