ନିଶାର ଆସକ୍ତି – ମଧୁସ୍ମିତା ନାୟକ

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ନିଶାସକ୍ତ ନର…ବାହାନା ଖୋଜଇ…ଅଭ୍ୟାସେ ତା ପଡିବାକୁ
ନହେଲେ କାହାକୁ…ଭଲ ଲାଗେ ଭଲା…ନିଶା ଖାଇ ଗଡିବାକୁ।
କିଏ ଖାଏ ନିଶା…ଖୁସିର ମୁହୂର୍ତ୍ତେ…କିଏ ପୁଣି ଦୁଃଖେ ଖାଏ
ମାନବ ଜୀବନ…ନୁହେଁ କି ତା’ ପୂର୍ଣ୍ଣ…ନିଶା ଖାଏ ନାହିଁ ଯିଏ।
ଆସକ୍ତି ବା ନିଶା…ଦୁଃଖର କାରଣ…ରଖିଥାଅ ସଦା ମନେ
ମଜାରେ ମଜାରେ…ଆରମ୍ଭ ହୋଇ ସେ…ଅଭ୍ୟାସ ପାଲଟେ ଦିନେ।
ଦୁଃଖ,ଶୋକ,ଭୟ…ବଢି ବଢି ଚାଲେ…ନଥାଏ ଆୟତ ଆଉ
ବଞ୍ଚିବା ନାମରେ…ନିଶ୍ବାସ ଯା ଚାଲେ…ଜୀବନ କି ଥାଏ ଆଉ।
ଜୀବନର ଲକ୍ଷ୍ୟ…ନିଜର କର୍ତ୍ତବ୍ୟ…ପଡିଥାଏ ରାସ୍ତା କଡେ
ନିଜ ହାତେ ନିଜ…ସର୍ବନାଶ କରୁ…ସମୟ ବି ମୁହଁ ମୋଡେ।
ବୁଦ୍ଧିକୁ ତୋହର…ନିଶା ଗ୍ରାସ କରେ…ବିବେକକୁ କରେ ବନ୍ଦୀ
ନିଶାର ମାୟାରେ…ଅଜାଣତେ କେବେ…ଜୀବନଟା ହୁଏ ଛନ୍ଦି।
ଯିଏ ଯେତେ ପାଦ…ଆଗକୁ ବଢାଏ…ସେତେ ଅନୁତାପ କରେ
ଘର-ପରିବାର… ସମାଜ ମଥାରେ…କଳଙ୍କର ଟୀକା ଭରେ।
ଆସକ୍ତି ବା ନିଶା…ବାହାଦୁରୀ ନୁହେଁ…ରୋଗ ଦୁର୍ବଳତା ସମ
ଦୂର୍ଘଟଣା ଅବା…ଜରା-ବ୍ୟାଧି ରୂପେ…ଅକାଳରେ ବାନ୍ଧେ ଯମ।
ତୁମ ଦୂରାବସ୍ଥା… ଅନେକ ଆଖିରୁ… ଝରାଏ ଲୋତକ ଧାର
ସେମାନଙ୍କ ପାଇଁ… ଥରୁଟିଏ ଭାବ…ବର୍ଜନ କର ଜହର।
ପଣ କର ଆଜି…ଛୁଇଁବନି କେବେ…ଥରୁଟେ ବି ମିଠା ବିଷ
ତୁମେ ଚେଷ୍ଟାକଲେ…ଫୁଟାଇ ପାରିବ… ସଭିଙ୍କ ଓଠରେ ହସ।

**************ମଧୁସ୍ମିତା ନାୟକ**************


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ