ଡାକ ଶୁଣ – ସୁଦାମ ଦଳବରା
ଆହେ ଅବିନାଶ ନକର ହେ ନାସ
ଗୁହାରି ମୋ ଶୁଣ ଥରେ
ସୃଷ୍ଟିକୁ ତୁମର ରକ୍ଷା କର ପ୍ରଭୁ
ଡାକୁଛି ମୁଁ ବାରେ ବାରେ ।।
ଭକ୍ତ ତୁମ ଆଜି ଅସାହାୟ ହୋଇଛି
ନାହିଁ ତାର ସାହା କେହି
ରକ୍ଷାକର୍ତ୍ତା ଯଦି ନ ଡାକ ଶୁଣିବ
ବଞ୍ଚି କିଛି ଲାଭ ନାହିଁ ।।
ପାଷାଣକୁ ତୁମେ ଜୀବନ ଦେଇଛ
ଦେଖାଇଣ ବଡ଼ ପଣ
ଆଜି ପ୍ରଭୁ ତୁମେ ପାଷାଣ ନ ହୋଇ
ଡାକ ଶୁଣ ଭଗବାନ ।।
ତୁମେ ତ୍ରାହିକର୍ତ୍ତା ତୁମେ ରକ୍ଷାକର୍ତ୍ତା
ତୁମେତ ଜଗତ ପାଳ
ଜଗତ ମଙ୍ଗଳ ପାଇଁ ପ୍ରଭୁ ତୁମେ
କେତେ ନେଇଅଛ ଅବତାର ।।
କେତେବେଳେ ତୁମେ କେଉଁ ଯେ ପରୀକ୍ଷା
ଭକ୍ତ ଠାରୁ ନେଉଅଛ
ଆଜି ତୁମେ କେଉଁ ପରୀକ୍ଷା ନେଉଛ
କୁହ ଆହେ ଜଗନ୍ନାଥ ।।
ବିପତ୍ତି ବେଳରେ ଆତୁରେ ଡାକୁଛି
ଗୁହାରୀ ମୋ ଶୁଣ ଥରେ
ସୃଷ୍ଟିର ମଙ୍ଗଳ ପାଇଁ ପ୍ରଭୁ ତୁମେ
ନିଅ ଆହେ ଅବତାରେ ।।
@ ଶ୍ରୀ ସୁଦାମ ଦଳବରା
ତୁରୁମୁ, ଭଞ୍ଜନଗର, ଗଞ୍ଜାମ
