ମନ ଶିବ ଶିବ ସ୍ମରିଲା – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା, ଗଞ୍ଜାମ

ରଜନୀ ପାହିଲା ଅରୁଣ ଉଇଁଲା
ବଉଦେ ଜହ୍ନ ଲୁଚିଲା
ମଲ୍ଲୀ, ହେନା, ଚମ୍ପା କେତକୀ ବାସିଲା
କୁକ୍କୁଟ ରାବ ଶୁଭିଲା…..

ଶେଫାଳି ବିଚାରି ମହକାଇ ସାରି
ବୃନ୍ତରୁ ପତିତ ହେଲା
ଆମ୍ର ବାଟିକାରେ କୋଇଲି ସୁରିଲା
ଧରା ଝଲସି ଉଠିଲା….

ଓଁ କାର ନାଦରେ ମନ୍ଦିର କମ୍ପିଲା
ମନ ବିଭୁକୃପା ଇଛିଲା
ଅପରିଚିତର ପରିଚୟ ନେଇ
ଚକ୍ଷୁରୁ ଲହୁ ଝରିଲା…..

ମରମର ବ୍ୟଥା ମରମେ ମରିଲା
ଶରଣଟା ସାରହେଲା
ଦରଶନ ପାଇଁ ଭାବେ ଅଛି ଚାହିଁ
ତୁମ୍ଭକୃପା କିବା ନୋହିଲା…..

ଆକୁଳିତ ଅଶ୍ରୁ ପରାଣ ବିନୟେ
ତୁମରି ପ୍ରତିକ୍ଷା କଲା
ମମ ଇଛାପୂର୍ଣ୍ଣ କରହେ ଇଶ୍ବର
ମନ ଶିବ ଶିବ ସ୍ମରିଲା….


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ