ଗୋଲାପୀ ଦୁଦୁରା ଦିବସ – ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ

ଲେଖକ ପରିଚୟ

ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ
ଚକାପଦା, ବେଗୁନିଆ, ଖୋରଧା | ସଦ୍ୟ ପୋଷ୍ଟ

ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ
ଚକାପଦା, ବେଗୁନିଆ, ଖୋରଧା

କେତେ କରିଥିଲି ଗୁହାରୀ ବୋଲିକି
ପ୍ରଭୁ ଦେଲେ ଆଜି ଅଫର
ପ୍ରିୟ ସଙ୍ଗେ ବସି ପ୍ରେମାଳାପେ ଭାଷି
ବେଢାରେ ଜାଳିବି ଜାଗର
ମୋତେ କେହି କରିବେନି ନଜର ।।।।

କହୁଥିଲେ ଥୋକେ ଦେଖି ମୋତେ ପାର୍କେ
ଗଲାଣି ଏ ତିନି ପାଞ୍ଜିରୁ
ପ୍ରେମ ରୋଗେ ପଡି ଗଲାଣି ବିଗିଡି
ନିସ୍ତରୀବ ନାହିଁ ଏଥିରୁ
_*ଦେଖ*_
କିଭଳି ଦିନରେ ଜାଗର ପଡିଲା
ବୁଝି ପାରୁଥିବ ଏଥିରୁ ।।।।

*୧୪୩*
ବର୍ଷ ପରେ ହୋଇଅଛି ଆଜି
ରାଶି ନକ୍ଷତ୍ର ର ସଂଯୋଗ
ଆଉ ଆସିବିନି ଏଭଳି ସୁଯୋଗ
କରବି ୟା ସୁବିନିଯୋଗ
କିଏ ଜାଣେ ଅବା ଆଉ ନ ଆସିବ
ଏଭଳି ଦୁର୍ଲଭ ସଂଯୋଗ ।।।।

ବାଧା ଦେବେ ନାହିଁ ଆମକୁ ଯେ କେହି
ଆଜି ଏ ଶୁଭ ଲଗନରେ
ଗପିବୁ ଆନନ୍ଦେ ଭାବ ଭକ୍ତି ନେଇ
ବସି ମନ୍ଦିରର ବେଢାରେ
କହୁଥାଉ ଯିଏ ଯାହାବି କହୁଛି
କାହାକୁ କିଏ ବା ପଚାରେ ।।।

ମୋ ପାଇଁ ମୋ ପ୍ରିୟ ସବୁଠାରୁ ପ୍ରୀୟ
ପାଇଛି ଆଜିର ବେଳାରେ
କହିବା ଲୋକ ତ ହଜାରେ କହିବେ
ସେକଥାକୁ କିଏ ପଚାରେ
ଅଙ୍ଗୁର କୋଳି ଟା ଖଟା ବୋଲି କହେ
ହାରିଯାଏ ଯିଏ ଚେଷ୍ଟାରେ ।।।।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ