ଶକ୍ତି – ତୃପ୍ତି ପଣ୍ଡା
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ତୃପ୍ତି ପଣ୍ଡା
ଗୁଣ୍ଡିଚା ବିହାର, ଲେନ ନଂ- ୭
ମାଟିଆପଡା, ପୁରୀ
ଏମିତି ଏ ଆଖିର ଲୁହରେ
ଗାଧୋଉ ଥାଉ ପୁରା ଦେହଟା
ଖୁସୀ ଅପେକ୍ଷା ଦୁଃଖର ଭାରାଟା
ସବୁବେଳେ ତଳକୁ ରହୁ
ହସହସ ମୁହଁ ଭିତରେବି
ଆଖିର ଲୁହକୁ ଓଠ ପିଇଯାଉ,
ଏଠି ଲୁହ ଢାଳିବା ମନା
ସତ୍ୟ କହିବାରେ ଅନେକ ବାରଣ
ମୁଣ୍ଡ ଟେକି ଚାଲିବାର ଅଧିକାର
ବହୁତ୍ ମହଙ୍ଗା ।
ହୃଦୟର ମୂଲ୍ୟ ବୁଝିବାର ଶକ୍ତି
ଖାଲି ଦେଖାଇ ହେବା
ଯୁକ୍ତିଯୁକ୍ତ କଥାର ଅର୍ଥଟା
ଏଠି ଠିକ୍ ଓଲଟା,
କେମିତି ସୃଷ୍ଟି ତୁମର ଯେ
ଭାବିଲେ ଲାଗେ ଭାରି ଚିଡାଳିଆ,
ତୁମେ ଦାରୁ ହୋଇ ବସିଛ
ସେମିତି ବସିଥାଅ, ଆଉ
ମୁଁ ଦୁଃଖ ଭିତରେ ବି ତୁମ
ଦେଉଥିବା ସୁଖକୁ ଅନୁଭବେ
ସବୁବେଳେ ତୁମରି ଭାବରେ ମଜ୍ଜିରହି
ସବୁ ହସିହସି ସହିଯାଏଁ ।।
