ସାହା ହେବ ବିଶ୍ଵନାଥ – ଗଗନ ବିହାରୀ ନାୟକ

ଲେଖକ ପରିଚୟ

ଗଗନ ବିହାରୀ ନାୟକ
ମଞ୍ଚେଶ୍ଵର, ଭୁବନେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଗଗନ ବିହାରୀ ନାୟକ
ଭୁବନେଶ୍ଵର-୧୬

ଦୁଃଖକୁ ନିକଟେ ଦେଖି ଆସିଛି ମୁଁ
ଚାଖିଛି ତାହାର ସ୍ଵାଦ,
ଅରପି ଦେଇଛି ସବୁ ତୋ’ପାଦେ
ଭୁଲି ମନୁ ଅବସାଦ ।
ବଜେଇ ଦେ… ଜୟ ଧ୍ଵନୀ… ଶଙ୍ଖ ନାଦ ॥0॥

ଅଜାଡି ଦେଇଛି ସଜାଡିବା ପାଇଁ
ମୋ ଜୀବନ ଚଲାପଥ
ଚାଲିଛି ସେ’ପଥେ ଉଠି ପଡି କେତେ
ଡାକି ଜୟ ଜଗନ୍ନାଥ..
ଜୟ ପରାଜୟ… ଯୁଦ୍ଧରେ ବିଜୟ
ଆଶାକରେ ଆଶୀର୍ବାଦ ॥୧॥

ହତାସ ହୋଇ ମୁଁ ବସିତ ଯାଇନି
ପାଇ କ୍ଳାନ୍ତ ପଥ ଭରା
ନିର୍ଭୀକ ପଥିକ ଅଭୟ ତୁ’ମୋର
ହେଉ ଯେତେ ପଥେ ଖରା
ଶକତି ଦାତା ମୋ’ ମୂକତିର ପଥେ
ସାହା ହେବ ବିଶ୍ଵନାଥ ॥୨॥


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ