ମୋହନ ମୁରଲୀ – ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ

ଲେଖକ ପରିଚୟ

ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ
ଚକାପଦା, ବେଗୁନିଆ, ଖୋରଧା | ସଦ୍ୟ ପୋଷ୍ଟ

ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ
ଚକାପାଦ, ବେଗୁନିଆ, ଖୋରଧା

ଆଉ ଶୁଭୁନି ମୁରଲୀ ନିକୁଞ୍ଜବନେ
ଶୁଣିବାକୁ ସୁର ତା’ର
ମନ ମୋ ହୁଏ ଅଧିର
ରାଧା ପ୍ରାୟ ଝୁରେ ମୁହିଁ ବିରହ ମନେ ।।।
ଶୁଣି ସେ ମୋହନ ସ୍ୱର୍ଣ୍ଣ
ଗୋପିଏ ହ୍ୱନ୍ତି ଉଚ୍ଛନ୍ନ
ଗୋଗୋଷ୍ଠେ ଧେନୁ ବୁଲନ୍ତି ହରଷ ମନେ ।।।
ତ୍ରିଭଙ୍ଗୀ ଠାଣିରେ ତୋ’ର
(ଯେବେ)ମୁରଲୀ ଗାଏ ମହ୍ଲାର
ଦେଵ ଦାନବ ଆନନ୍ଦେ ଶୁଣନ୍ତି କର୍ଣ୍ଣେ ।।।
ମୋହନ ମୁରଲୀ ବାଣୀ
ନଶୁଣି ଗୋପ ଦୁଲଣି
ପାଗଳି ପରାଏ ବୁଲେ ବିରସ ମନେ ।।।
ଯେଉଁ ସୁରରେ ଯମୁନା
ନାଚେ ତାଧିନା ତାଧିନା
ନଚା କହ୍ନେଇ ମୋତେ ତୋ ମୁରଲୀ ତାନେ ।।।
ନାଚିବି ପାଗଳ ହୋଇ
ରାଧାକୃଷ୍ଣ ନାମ ଗାଇ
(ତୋ) ନାମ ବିନା ଆନ ଲୋଡ଼ା ନାହିଁ ଜୀବନେ ।।।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ