ଜାନୁଆରୀ ଛବିଶି – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା, ଗଞ୍ଜାମ

ଜା:- ଜାଗ ବୀରଗଣେ ଧରଣୀ ବକ୍ଷରୁ
ପାପରାଶି କର କ୍ଷୟ
ଅକ୍ଷୟ ହେଉ ଏ ପୂଣ୍ୟ ଜଗତେ
ଯୁଗେଯୁଗେ ଧର୍ମଜୟ….

ନୁ:- ନୂଆ ଭାବନାକୁ ଜାଗାଦିଅ ମନେ
ବିଦ୍ରୋହ ହେଉ ବୈଶାଖୀ
କର ଅବା ମର ନୀତିକୁ ଆଦର
ଅତୀତକୁ କରି ସାକ୍ଷୀ……

ଆ:- ଆଗାମୀ ଭବିଷ୍ୟ ତୁମଠି ନିହିତ
ଗାନ୍ଧିଙ୍କର ରାମରାଜ୍ୟ
ହାତେ ହାତ ମେଳ ଏକତାହିଁ ବଳ
ନ’ ହାର ସାହସ ଧୈର୍ଯ୍ୟ….

ରୀ:- ରୀତିନୀତି ସବୁ କଡ଼ ଲେଉଟିଛି
ଜରାଜୀର୍ଣ୍ଣରେ ଜନନୀ
ପରାଧିନତାର ଆର୍ତ୍ତ ଚିତ୍କାରରେ
ଭିଜାଏ ନୟନ ବେନି….

ଛ:- ଛବିଶି ତାରିଖ ଭଲକି ପରଖ
ପୂର୍ଣ୍ଣ ସ୍ଵରାଜ ଦିବସ
ସ୍ଵାଧିନର ଅର୍ଦ୍ଧ-ଶତାବ୍ଦୀ ପରେ’ବି
ଅସହାୟ ଅବଶୋଷ…..

ବି:- ବିଗତ ଦିନର ବାଜିରାଉତ ସେ
ବାର ବରଷର ଛୁଆ
ଦେଶ ଜାତି ପାଇଁ ଦେଲା ବଳିଦାନ
ହୃଦୟେ ଲଗାଇ ନିଆଁ…

ଶି:- ଶିକ୍ଷା ଦୀକ୍ଷା ତୁମ ଅଟଇ ଅନନ୍ୟ
ମୂଳମନ୍ତ୍ର ଅହିଂସାର
ସ୍ଵାଧିନ ସୂରୁଯ ପରାଧୀନ ପରାଗେ
ବେଳୁହିଁ ଉଧାର ବୀର…..


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ