ଅଣୁଗଳ୍ପ – ବଯସର ବନ୍ଧ – ଦିବ୍ୟଜ୍ୟୋତି ମହାନ୍ତି

ଲେଖକ ପରିଚୟ

Blog | +

ଏହି ବିଷୟଟି 8 ଜଣ ପାଠକ ପଢି ସାରିଛନ୍ତି

ଦିବ୍ୟଜ୍ୟୋତି ମହାନ୍ତି
ଅଣିଅଙ୍କ, ଓଷକଣା
ବାଲିକୁଦା, ଜଗତସିଂହପୁର

ଛୋଟବେଳେ କଥା କଥାକେ ଅନନ୍ତା କୁ ବାପା ଆକଟ କରି କୁହନ୍ତି ତୋର ବୟସ ହେଇନି ତୁ ଏଇଟା କରିପାରିବୁନି ସେଇଟା କରିପାରିବୁନି ଏମିତି ଆହୁରି କେତେ କଣ ? ସେ କିଛି ବୁଝିପାରେନି, ଏ କେଉଁ ବୟସ ଯାହା ସମସ୍ତଙ୍କର ହେଉଛି କେବଳ ତା’ର ହିଁ ହେଉନି । ତା’ ସାଙ୍ଗ ଗୋଲୁ, ରାଘବ, କାଳିଆଙ୍କର ହେଲା ମାତ୍ର ତା’ର କାହିଁ ହେଲାନି ? ଯୌବନର ଦ୍ୱାର ଦେଶରେ ଯେବେ ବୟସର ବସନ୍ତ ତା’ ଦେହକୁ ଛୁଇଁ ତା’କୁ ଆନମନା କରିତୋଳିଲା, ସେବେ ସେ ମନେ ମନେ ଭଲପାଇ ବସିଲା ତା’ଠୁ ଆଠ ବର୍ଷ ବଡ ମିନୁ ଅପାକୁ । ଗାଁ ମନ୍ଦିର ପାଖ ନଈକୂଳରେ ଦିନେ ସେ ମିନୁ ଅପାକୁ ତା’ ମନ କଥା ଖୋଲି କହିଲା, ମାତ୍ର ମିନୁ ଅପା ବି ମରୁକି ହସି ସେଦିନର ସେଇ ବାପାଙ୍କ ଭଳି କହିଲା ତୁ ଛୋଟ ପିଲାଟା ତୋର ବୟସ ହେଇନି ବାହା ହେବା ପାଇଁ । ସଂସାର ଭିତରର ଏକ ଘଡିସନ୍ଧି ମୂହୁର୍ତ୍ତରେ ଦିନେ ଘରଣୀଙ୍କ ଉପରେ ରାଗି ସେ କହିଲେ ମୁଁ ଆଉ ତୁମମାନଙ୍କୁ ଚଳାଇ ପାରିବିନି ଯାଉଛି ଅବସର ନେଇ ହିମାଳୟ ପଳାଇବି । ହେଲେ ସ୍ତ୍ରୀ କହିଲେ ତୁମର ଏବେ ଅବସର ନେବାର ବୟସ ହେଇନି । ତୁମକୁ ଏବେ ଘରସଂସାର ଚଳାଇବାର ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇବାର ଅଛି । ଗୋଟିଏ ଭଲ ବାପା ଗୋଟିଏ ଭଲ ସ୍ୱାମୀ ଓ ଗୋଟିଏ ଭଲ ପୁଅ ହୋଇ ଦେଖାଇବାର ଅଛି ଏବଂ ବାପା ମା’ଙ୍କ ଋଣ ଶୁଝିବାର ଅଛି । ବୟସର ଏ ଅପରାହ୍ନରେ ବୟସଟା ଆଉ କେଉଁଥିପାଇଁ ବି ବନ୍ଧଟେ ସାଜି ଛିଡା ହୋଇନି ତାଙ୍କ ଆଗେ । ମାତ୍ର ମୃତ୍ୟୁ ଆଜି ଛିଡା କରେଇ ଦେଇଛି ଚାରିବର୍ଷ ଧରି ପକ୍ଷାଘାତରେ ପୀଡିତ ଅନନ୍ତା ଓରଫ ଅନନ୍ତ ଦାଶଙ୍କୁ ଜୀବନ ମୃତ୍ୟୁର ଏରୁଣ୍ଡି ବନ୍ଧରେ…

HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments