ପରଜାପତି – ଶୁଭକାନ୍ତ ସାହୁ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ଶୁଭକାନ୍ତ ସାହୁ
ଗୋପବନ୍ଧୁ ହାଇସ୍କୁଲ, ପୋଲସରା, ଗଂଜାମ
ଦୂରଭାଷ : ୯୦୪୦୩୨୦୧୮୬
ପରଜାପତି ତରକା ଅତି
ତର ତର କିଆଁ ହେଉ ?
ଶୀତ ସକାଳ କାକର ବେଳ
କୁଆଡେ କିଆଁ ନ ଯାଉ ??
ଶୀତ କି ତତେ ହେଉଛି ଭାରି
ପାରୁନୁ ତୁହି ଉଡ଼ି ?
କି ଶୁଭ ବେଳେ ଆଜି ସକାଳେ
ମୋ ହାତେ ଗଲୁ ପଡ଼ି ॥
ଏଇତ ମୋର ଜଗାକାଳିଆ
ଯିଏଟି ତୋର ପ୍ରିୟ,
ବାନ୍ଧିକି ତତେ ରଖିବି କିଆଁ
ତା’ପାଖେ ତୁହି ଥାଅ ॥
ଫୁଲରୁ ଫୁଲ ଉଡ଼ିଲେ ତୁହି
ଭାବି ବସଇ ମୁଁହି,
ଟିକି ଫୂଲଟେ ହୋଇଥିଲେ ମୁଁ
ଖଳନ୍ତି ତୋତେ ନେଇ ॥
ଫୁଲଟେ ସିନା ହୋଇ ନାହିଁ ମୁଁ
ମନ ମୋ ଫୁଲ ପ୍ରାୟ,
ଆଜି ଠାରୁ ତୁୁ ମୋ ସାଙ୍ଗରେ
ଖେଳିବୁୁ କି ନା କହ ॥
ତୁ ମତେ ଭଲ ପାଅ ନ ପାଅ
ଆସୁଥା ପ୍ରତିଦିନ,
ଭଲ ମୁଁ ତୋତେ ପାଉଥିବିରେ
ଥିବା ଯାଏଁ ଏ ଜୀବନ ॥
