ନୂଆବର୍ଷ ୨୦୧୮ – ପ୍ରକାଶ ସାହୁ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ପ୍ରକାଶ ସାହୁ
ଭାରତୀୟ ନୌସେନା
ବିଶାଖାପାଟଣା, ଆନ୍ଧ୍ରପ୍ରଦେଶ
ଜୀବନର ଗୋଟେ ବର୍ଷ କମିଗଲା,
କିଛି ସ୍ମୃତି, ଅନୁଭୂତି ପଛରେ ରହିଲା ।
କିଛି ଇଚ୍ଛା ହୃଦୟେ ରହିଯାଇଅଛି
ଆଉକିଛି ନ ମାଗି ବି ମିଳି ଯାଇଅଛି ।
କିଛି ଛାଡି ଚାଲିଗଲେ ଏହି ଦୁନିଆରେ
ଆଉ କିଛି ନୂଆ ଯୋଡି ହେବେ ଜୀବନରେ ।
କିଛି ମୋ ଉପରେ ବହୁ ରାଗିଛନ୍ତି
ଆଉ କିଛି ମୋ ପାଇଁ ଖୁସି ବି ଅଛନ୍ତି ।
ଭୁଲି ଚାଲିଗଲେ ଜୀବନରେ କିଛି
ଆଉକିଛି ଏବେ ବି ମନେ ରଖିଛନ୍ତି ।
କିଛି ମୋ ପାଇଁ ପୁଣି ଅଜଣା ରହିଛନ୍ତି
ଆଉ କିଛି ମୋ ପାଇଁ ବ୍ୟସ୍ତ ବି ଅଛନ୍ତି ।
କିଛି ମୋତେ ପୁଣି ଅପେକ୍ଷା କରିଛନ୍ତି
ଆଉ କାହାକୁ ମୁଁ ବି ଅପେକ୍ଷା କରିଛି ।
ପୁଣି କାହାର ଖୁସିର କାରଣ ପାଲଟିଛି
କିଛି ଦୁଖ ପାଇଁ ମୋତେ ଭୁଲିବା ଚାହାନ୍ତି ।
କିଛି ପ୍ରତିଶୋଧ ପାଇଁ ଅପେକ୍ଷା କରିଛନ୍ତି
କିଛି ପ୍ରତାରଣାର ଶିକାର ହୋଇ ନିନ୍ଦୁଛନ୍ତି ।
କିଛି ମୋର ଥିବାବେଳେ ଭୁଲ ବି ହୋଇଛି
ଆଉ କିଛି ବି ମୋ ପାଇଁ ଠିକ ହୋଇଛନ୍ତି ।
ଯଦି କିଛି ଭୁଲ ହୋଇଯାଇଛି କ୍ଷମାକରିବେ।
ଯଦି କିଛି ଭଲ ଲାଗେ ମୋତେ ସ୍ମରଣ କରିବେ

ବିଦାୟ ନେଉଛି ମୁଁ ଦୁଇ ହଜାର ସତର
କରୁଅଛି ସ୍ୱାଗତ ଦୁଇ ହଜାର ଅଠର
