ନୂଆ ବରଷଟା ମାଟି ହୋଇଗଲା – ଅମ୍ଳାନ ପ୍ରହରାଜ
ଲେଖକ ପରିଚୟ

ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା
ନୂଆ ବରଷଟା ମାଟି ହୋଇଗଲା
ସୋମବାର ଦେଲା କଷ୍ଟ
ଆଇଁଷ ଟୋପାଏ ପାଟିରେ ବାଜିଲେ
ମହାଦେବ ହେବେ ରୁଷ୍ଟ
ଖାଇଲେ ହୋଇବ ଭ୍ରଷ୍ଟ
ତାଗିଦା କରିଲା ଘରଣୀ ମୋଅର
ସାଦା ଖିଆ ଆଡଜଷ୍ଟ ॥
କୁକୁଡା ଅଣ୍ଡାଟା ନିରାଇଁଷ ବୋଲି
ଦେଖି ଜାଣିଥେଲି ଟିଭି
ଡିମ୍ବ ତରକାରୀ କରୁନା ସେଦିନ
କହିଦେଲି କି ମୋ ବିବି
ବେଲଣାରେ ଦେଇ ଖୋବି
ଗୋଟେ ଘରେ ମତେ ବାହାର ପଟରୁ
ପକେଇ ଦେଇଚି ଚାବି ॥
