ନୂଆ ନୂଆ ଲାଗେ – ଅରବିନ୍ଦ ଆଚାର୍ଯ୍ୟ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ଅରବିନ୍ଦ ଆଚାର୍ଯ୍ୟ
ଟିଟିଲାଗଡ, ଦୂରଭାଷ : ୭୦୦୮୬୬୭୭୮୫
(୨୦୧୭ ର ବିଦାୟ ବେଳାରେ କବିଙ୍କ ସ୍ମୃତି ରୋମନ୍ଥନ)
ନୂଆ ନୂଆ ଲାଗେ
ତୁମରି କଥା,
ତା ଭିତରେ ଥାଏ
ଅନେକ ବ୍ୟଥା ।
ସେହି ବ୍ୟଥା ସବୁ
ମନେ ସୁମରି
ମନ ମୋ
ଉଠୁଥିଲା ଗୁମୁରି ।
ଆସିଥିଲ ତୁମେ
ବର୍ଷକ ତଳେ
ମୋ ଜୀବନର
ଏକ ଅଭୁଲା ବେଳେ ।
ଆଜିର ଦିନରେ
ତୁମେ ପଡୁଛ ମନେ,
କେମିତି ତୁମକୁ
ଭୁଲିବି କ୍ଷଣେ ?
ଯାଅ ତୁମେ ନେଇ
ମୋର ସ୍ମୃତି,
ବିଦାୟ ହେ ୨୦୧୭
ତୁମକୁ କରେ ମିନତି ।
