ନବବର୍ଷ ୨୦୧୮ – ଶମ୍ଭୁନାଥ ଦାସ

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଶମ୍ଭୁନାଥ ଦାସ
ମୁଖ୍ୟ ସମ୍ପାଦକ – ଅଭିଯାନ
କୋଲକାତା, ଦୂରଭାଷ : ୯୦୩୮୩୯୭୧୩୫

(ନବବର୍ଷ ୨୦୧୮ ଶୁଭ ଆଗମନ ଉପଲକ୍ଷେ)

ହେ ନବବର୍ଷ ଦୁଇ ହଜାର ଅଠର
ଜନ୍ମ ଲଗ୍ନ ତବ ଏହି ଯେ’ ସୋମବାର ।
ରହିଛୁ ଅନାଇ ଆମ୍ଭେ ଚାତକ ପରି
ପ୍ରୀତିର ସୁରଭି ଆମ ହୃଦୟେ ଭରି ।
ବହିବ ଗଗନେ ପରା ମଧୁ ମଳୟ
ପୁଲକିତ ହେବ ସତେ ଧରା ବଳୟ ।
ସୂର୍ଯ୍ୟ ଦେବତାଙ୍କ ନୂଆ କିରଣ ପରା
ଉଷୁମ କରିବ ପ୍ରାଣ ଶୀତଳ ଧରା ।
ଝରଣାର ଜଳ ହେବ ନିର୍ମଳ ଏବେ
ପଲ୍ଲବିତ ହେବ ମାଟି ମଟାଳ ତେବେ ।
ପୁରୁଣା ବର୍ଷର ଦୁଃଖ କାହାଣୀ ମାନ
ଭୁଲିଯା’ନ୍ତୁ ସର୍ବେ ଭାଇ ଭଉଣୀ ଆମ ।
ଶାନ୍ତି ମୈତ୍ରୀ ପ୍ରୀତି ଭାବ ଆବୋରି ଆମ୍ଭେ
ନୂଆ ବର୍ଷକୁ ସ୍ଵାଗତ କରିବୁ ସର୍ବେ ।
ହସି ହସାଇଣ ଆମେ ସକଳ ଜନ
ହେଉ ନବବର୍ଷ ତେବେ ସୁଖ ବିଧାନ ।
ଶୁଭଲଗ୍ନ ଅଟେ ଯେଣୁ ଏ ସୋମବାର
ଶୁଭଦୃଷ୍ଟି ରଖ ପ୍ରଭୁ ଶିବ ଶଙ୍କର ।


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ