କବିତା – ଲାଗୁନି ଫେରିଛ ପରି – ରାଜେଶ ପୂଜାରୀ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

କେବେ ଆସିପାର ଏମିତି ଅଚାନକ୍ ବୋଲି
ଭାବି ହିଁ’ ନଥିଲି
ସେଇଥି ପାଇଁ ତମକୁ
ତମେ ବୋଲି ଭରଷି ନଥିଲି,

କେମିତି ପରତେ ହେବ
ସେ ଫେରିଛି ପୁଣି
ଦୋଷୀର ମୁକୁଟ ପିନ୍ଧେଇ ଯିଏ ବର୍ଜିଥିଲା
ମୋ ଭକ୍ତି, ମୋ ଭାବନା
ଲାଗିଥିଲି ଯାହାକୁ ମୁଁ ଛଳନା ଛଳନା।

ଦେଇନି ଉତ୍ତର, ମନ ଉଣା କରିନାହିଁ
ଯେତେ ଗାଳି କଲ, ଝିଙ୍କାସିଲ
ଓଃ…ଧନ୍ୟ ସେ ଅସହା କଥା
ଶୁଣି ନଥିଲି କେବେ କା’ ପାଖରୁ
ସରମରେ ମହୀ’କି ପୋତିଲି ମଥା।

ଭୁଲ୍ ମାନେ ଫତ୍’କୁଛନ୍ତି
ଏଠାରେ ସେଠାରେ
ଆବୋରିବାକୁ କେବେ ନା କାହାକୁ
ଉଚ୍ଚାରଣ ଆଚରଣକୁ ଗିଳି ପକେଇବାକୁ,

କହିବ’କି… ଅନୁପମା
କେବେ କି’ ତୁମର ଭୁଲ୍ ହୋଇନାହିଁ
କେହି ତୁମକୁ ମହାନତରେ ତାର
କ୍ଷମା ଦେଇନାହିଁ??

ଯଦିଓ ରୋକି ପାରିଲିନି
ଓଗାଳିଣ ବାଟ
ଭଲରେ ଥାଅ ଗୋ ବୋଲି
ଶୁଭ ମନାସିଛି…
ଅହରହ ମୋ ଭିତରେ ତୁମକୁ ବଞ୍ଚିଛି।

ବାସ୍ନାମୟ ଚଉପାଶେ
ଫୁଲ ଫୁଟିଗଲା ବୋଲି କଣ୍ଟା ବଣରେ
ପଥର ତରଳା ଗୀତ ଶୁଭେ ଅବେଳରେ
ପରାଣ ସଞ୍ଚାରି ଜଡ଼ରେ,

ଲାଗୁନି ଫେରିଛ ପରି ଜମାରୁ
ଯାଇକି,ଯାଇ ନଥିଲ ଯେହେତୁ
ତଥାପି ମୁଁ
ଦ୍ବନ୍ଦର ଆକାଶେ ଚଢ଼େଇ ହେଇ ବୁଲେ
କାରଣ ଖୋଜେ,ପ୍ରଶ୍ନବର୍ଷାରେ ଭିଜେ
ଝରିବ ଏ ଝରଣା ନିରନ୍ତର ଅବା
ଭାଙ୍ଗିଯିବ ବାଲିଘର କାହାଣୀ ଅଧାରୁ !!


ରଚନା : ରାଜେଶ ପୂଜାରୀ

ଠିକଣା : କୁଶମେଲ, ଝାରସୁଗୁଡ଼ା,  ଦୂରଭାଷ : ୯୭୭୭୨୮୦୫୯୪


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ