ପ୍ରେମ ଓ ଫ୍ରେମ – ପ୍ରତିମା ଓଝା
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ପ୍ରତିମା ଓଝା
ସି.ଡି.ଏ, କଟକ
ଯନ୍ତ୍ରଣାର ମାନେ ହୁଏତ ଜୀବନ
ଆଉ ଜୀବନର ମାନେ ପ୍ରେମ,
ଯାହା ଜୀବନରେ ପ୍ରେମ ନାହିଁ
ତା ଜୀବନର ମାନେ କିଛି ନାହିଁ,
ପ୍ରେମ ତ ପୁଣି ଫୁଲ ସିଏ ତ ଅମୂଲ ମୂଲ
ମନ ଦିଆ ନିଆର ସିଏତ ନକଲ,
ପ୍ରେମରେ ଯନ୍ତ୍ରଣା ଯନ୍ତ୍ରଣାରେ ଖୁସି
ଦୁଃଖ ମହୁ ପିଏ ସିଏ ହସି ହସି,
ମନ ଦେଇ ଦେଲେ ଭୁଲି ହୁଏ ନାହିଁ
ମନ ତା ପାଇଁ ଝୁରେ
ସିଏ ଠକି ଦେଲେ ହୃଦୟ କାନ୍ଦେ
ମନ ମରିଯାଏ ମନରେ,
ପାଗଳ ମଣିଷ ଭୁଲ ହୋଇଯାଏ
ଯଦି କରେ ସେ ପ୍ରେମ
ଭଲ ମଣିଷ ପାଗଳ ହୋଇଯାଏ
ସିଏ ଅଟେ ତା ପ୍ରେମ ॥
