ଅଟୋବାଲା – ପ୍ରସନ୍ନଜିତ ସାହୁ

ଲେଖକ ପରିଚୟ

ପ୍ରସନ୍ନଜିତ ସାହୁ
ମହିଷାମୁଣ୍ଡା, ନାଉଗାଁ ହାଟ, ଜଗତସିଂହପୁର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ପ୍ରସନଜିତ ସାହୁ
ମହିଷାମୁଣ୍ଡା, ନାଉଗାଁ ହାଟ, ଜଗତସିଂହପୁର
ଦୂରଭାଷ – ୭୩୭୭୬୬୩୪୦୦

ଭୁବନେଶ୍ଵର ପ୍ରଦର୍ଶନୀ ପଡିଆରେ ୧୮ତମ ରାଜଧାନୀ ପୁସ୍ତକ ମେଳା । ବିରାଜ ଫେରୁଥାଏ ପୁସ୍ତକ ମେଳାରୁ । ରାଜଧାନୀର ରାଜରାସ୍ତାରେ ଗାଡିମାନଙ୍କ ପେଁପାଁ ଗର୍ଜନ ଭିତରେ ବିରାଜ ଚାଲିଥାଏ ବାଣୀବିହାର ଛକ ଆଡକୁ । “ହେଲେ ସବୁ ଭିତରେ ଅଟୋ ଗୁଡା କୁଆଡେ ଗଲେ ଯେ”, ମନେମନେ ପ୍ରଶ୍ନ କରୁଥାଏ ବିରାଜ । ଲିଫ୍ଟ ପାଇଁ ବହୁତ ଚେଷ୍ଟା କରୁଥାଏ । କାରଣ ଠିକ ସମୟରେ ବସ ନପାଇଲେ ସେ ନାଉଗାଁରେ ପହଞ୍ଚିବା ମୁସ୍କିଲ ହେବ । ବହୁତ ବ୍ୟସ୍ତ ହେଉଥାଏ ସେ । ଆଗକୁ ଆଗକୁ ଚାଲୁଥାଏ ଏବଂ ଅଟୋ ଆଶାରେ ଅନବରତ ଚାହୁଁଥାଏ ।

କିଛି ସମୟ ପରେ ଏକାବେଳକେ ଦୁଇଟି ଅଟୋ । “ଭାଇ ୧୦ ଟଙ୍କା ଦବ, ୟାଡେ ଆସ” ଏହି ସମାନ କଥା ପଦେ ଥିଲା ଦୁଇ ଅଟୋ ଡ୍ରାଇଭରଙ୍କର । ଗୋଟିଏ ଅଟୋରେ ୪ ଜଣ ଆଉ ଅନ୍ୟଟିରେ କେହି ନଥିଲେ । କେହି ନଥିବା ଅଟୋରିକ୍ସାରେ ବସିଲା ବିରାଜ । ବହୁ ଯୁକ୍ତିତର୍କ ପରେ ଅଟୋ ଦୁଇଟି ଚାଲିଲେ । ବାଟରେ ଅନ୍ୟ ଲୋକମାନଙ୍କୁ ନେବାପାଇଁ ରାସ୍ତାର ଦୁଇ ପାଖକୁ ଚାହୁଁଥାଏ ଡ୍ରାଇଭର ଜଣଙ୍କ । କେହି ନମିଳିବାରୁ କିଛି ସମୟ ପରେ ଅଟୋଟି ପହଞ୍ଚିଲା ବାଣୀବିହାର ଛକରେ । ବିରାଜ ଓହ୍ଲାଇଲା ଅଟୋରୁ । ପଚାରିଲା, “କେତେ ଟଙ୍କା ଭାଇ ?” ୧୦ ଟଙ୍କା ଦିଅନ୍ତୁ । ବିରାଜ ପଛ ପକେଟରୁ ମନିପର୍ସ କାଢୁଥାଏ । ଡ୍ରାଇଭର ଜଣଙ୍କ କହିଲେ ଶିଘ୍ର ଦିଅନ୍ତୁ ମୋର ଅନ୍ୟ କାମ ଅଛି । ହେଲେ ବିରାଜ ନମ୍ର ସ୍ଵରରେ କହିଲା – “ରେଜା ନାହିଁ ଭାଇ” । ୫୦୦ ଟଙ୍କିଆ ଦେଲେ ଚଳିବ । କାରଣ ତା ମନିପର୍ସରେ ଥିଲା ୪ ଖଣ୍ଡ ୫୦୦ ଟଙ୍କିଆ ନୋଟ । ମନେମନେ ନିଜକୁ ଛୋଟ ମନେ କରୁଥାଏ ବିରାଜ । କାରଣ ଏତେ ଯୁକ୍ତିତର୍କ ପରେ ସେ ଅଟୋରେ ଆସିଥିଲା ଆଉ ଡ୍ରାଇଭରକୁ ଭଡା ଦେଇ ପାରିଲାନି । ଜଳଜଳ ହୋଇ ଚାହିଁଥାଏ ବିରାଜକୁ ସେଇ ଡ୍ରାଇଭର ଜଣଙ୍କ । ଆଉ ଧିର ସ୍ଵରରେ କହିଲେ – “ଯାଅ ଭାଇ ଏମିତି ହୁଏ” । ବିରାଜ ମନେମନେ ନିଜକୁ ଯେତେ ନିନ୍ଦୁଥିଲା ଅଧିକ ଭାବୁଥିଲା ଅଟୋ ଡ୍ରାଇଭରଙ୍କର ସରଳ ମାନବିକତା ପୂର୍ଣ୍ଣ ବ୍ୟକ୍ତିତ୍ଵକୁ ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ