ଅଣୁଗଳ୍ପ – ସେ ଆଉ ମୁଁ – ଜ୍ୟୋତିରଞ୍ଜନ ବାରିକ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]


ଆମ ଭିତରେ ଝଗଡା ଯେତେ ବି ହଉ ନା କାହିଁକି ସେ ତ କେବଳ ଦୁଇଟୋପା ଲୁହରେ ହିଁ ଶେଷ ହେଇଯାଏ , ଟୋପେ ତା ଲୁହ ଆଉ ଟୋପେ ମୋ ଲୁହ , କେଜାଣି କାହିଁକି କାହାକୁ ମୁହଁ ଉଠେଇ ହସିବା ଛଡା ଆଉ କିଛି କହୁନଥିବା ମୁଁ ଟା .. ତାକୁ ଏତେ ଗାଳି ଦିଏ … ??!!

ହଁ , ଯଦିଓ ସେସବୁ ମତେ ସିଏ ବୁଝେଇ ଦେଇଛି ..ଯେ ତାକୁ ଗାଳି ଦବାର ସମ୍ପୂର୍ଣ୍ଣ ଅଧିକାର କେବଳ ମୋର ହିଁ ଅଛି ! .. ତା ବୋଲି କଣ ମୁଁ ଯାହା ନାହିଁ ସେଇଆ କହିଯିବି ତାକୁ ?? ଯେମିତି ନାହିଁ ସେମିତି ଗାଳି ଦେବି ? ଏ କଣ ମୋର ମାନବିକତା ? ଏ କଣ ମୋର ହୀନମାନସିକତା ନୁହେଁ କି ??

ଗାଳି ଦବା ପରେ ଏମିତି ପ୍ରଶ୍ନ ମୋ ମନରେ ବାରମ୍ବାର ଉଙ୍କି ମାରେ , ଭିତରେ ଭିତରେ ଅନେକ ଯନ୍ତ୍ରଣା ହୁଏ , ନିଜକୁ କେବେ ହେଲେ କ୍ଷମା କରିପରେନି ମୁଁ , ନିଜକୁ ଆହୁରି କଷ୍ଟ ଦିଏ , ନିଜକୁ ଗାଲକୁ ନିଜେ … ମନଇଛା ଚାପୁଡ଼ାମାରେ , ଇଛାହୁଏ ନିଜକୁ “ସେ” ଠାରୁ ଅନେକ ଦୂରକୁ ଫିଙ୍ଗିଦେବା ପାଇଁ , ନହେଲେ ଟୋପାଏ ଜହର ପିଇ ମୁଁ କରିଥିବା ଭୁଲ୍ ର ଉଚିତ ନ୍ୟାୟ ପାଇବା ପାଇଁ ,

କିନ୍ତୁ ଅପଣାଛାଏଁ ଅଟକିଯାଏ !
କାରଣ, ଏମିତି ଏକ ଭୁଲ୍ ନିଷ୍ପତି କୁ ଆପଣେଇବା ପୂର୍ବରୁ ତାର କେଇପଦ କଥା ମତେ ଅଟକି ଯିବା ପାଇଁ ବାଧ୍ୟକରେ .. .

ତମେ ଖୁବ୍ ଅଳସୁଆ, ଡେରିରେ ସୋଇ ଡେରିବା ଉଠିବା ତୁମର ଗୋଟେ ନିତିଦିନିଆ ଅଭ୍ୟାସ, ନିଜର ଯତ୍ନ ନବା ପଣିଆ ତୁମ ପକ୍ଷେ ବିଲକୁଲ ହିଁ ନାହିଁ, ବାରଟାରେ ବ୍ରସ୍ କରିବା, ଗୋଟାକରେ ଖାଇବା, ଆଉ ସାଙ୍ଗମାନଙ୍କୁ ପାଇଲେ ସବୁ କିଛି ଭୁଲିଯିବା, ଏସବୁ ହଉଛି ତୁମର ଗୋଟେ ଗୋଟେ ଖରାପ ଅଭ୍ୟାସ !! ….ଏମିତି ଆହୁରି ଅନେକ ….

ଯାହା ମୋର ପ୍ରତ୍ୟକଟି ସକାଳକୁ ପ୍ରଫୁଲିତ କରେ.. ତା ଓଠରୁ ଝରୁଥିବା ସୁନ୍ଦର ସ୍ୱରରେ ..

ସେତକ କହି ସାରିବା ପରେ . .. ପୁଣି ଆରମ୍ଭ କରେ ..

ତମେ ଆଉ ଏତେ ଅଳସୁଆ ହେଲେ ଚଳିବନି , ବହୁତ ହେଇଗଲା !
ଏଥର ସକାଳୁ ଉଠିବ , ଠିକ୍ ସମୟରେ ବ୍ରସ୍ କରି ଠିକ୍ ସମୟରେ ଖାଇବ … ଆଉ କାହାରନହେଲେ ନାହିଁ ଅନ୍ତତଃ ନିଜର ଟିକେ ଯତ୍ନ ନବ … , । ଆଖିକୁ ଦୁଇ ତିନି ରଗଡା ମକଚି ଅଳସଭରା କଣ୍ଠରେ ତାକୁ ଯେବେ ପଚାରେ ..

ଏତେ ସବୁ କଷ୍ଟ କାମ ମତେ କାହିଁକି କରିବା ପାଇଁ କହୁଛ …  ଏସବୁ କହିବା ପାଇଁ ତମେ କିଏ … ?

ସେ କେବଳ ଗୋଟିଏ ଉତ୍ତର ଦେଇ ନିରବ ରୁହେ .. !

ମୁଁ ତୁମର “ସେ”  ଆଉ ମୋର ଶେଷ ଲକ୍ଷ ତମେ ..

ସେତେବେଳକୁ ଅଳସ ମୋ ଦେହରୁ ଆପେଆପେ ଛାଡି ସାରିଥାଏ ।।

ରଚନା : ଜ୍ୟୋତିରଞ୍ଜନ ବାରିକ

ଠିକଣା : ଚଢେଇ ଗାଁ , ତମ୍ପାଳୋ , ନିମାପଡା , ପୁରୀ,   ଦୂରଭାଷ : 9777754261

Leave a Reply

Your email address will not be published. Required fields are marked *