ଚିନ୍ତା ଓ ଚେତନା

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା, ଗଞ୍ଜାମ

ଜୀବନର ପଥ କେବେ କୁସୁମିତ
କେବେ ପୁଣି କଣ୍ଟକିତ
ସତ୍ୟ, ନ୍ୟାୟ, ଧର୍ମ ପଥେ ଦେବା ଧ୍ୟାନ
ପାପକ୍ଷୟ ଜନ୍ମାର୍ଜିତ…. ॥

ନୋହିଁ ମୋହାଚ୍ଛନ୍ନ ହେବା ଧ୍ୟାନମଗ୍ନ
କାମିନୀ ସୁଖକୁ ତ୍ୟାଗୀ
ବିଭୁକୃପା ଆଶେ ବଳାଇ ମାନସ
ପାଇବା ସକଳ ସିଦ୍ଧି…. ॥

ଜୀବନ ଓ ମୃତ୍ୟୁ ନୂଆ କିଛି ନୁହଁ
ସର୍ବେ ଯେ କାଳର ଅଧୀନ
ପରମାତ୍ମା ସହ ଆତ୍ମାର ମିଳନେ
ମୁକ୍ତି ହେବା ତତକ୍ଷଣ…. ॥


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ