ଶୂନ୍ୟତାର ଅନ୍ତଃସ୍ୱର – ତପନ ଦୀକ୍ଷିତ

ଲେଖକ ପରିଚୟ

ତପନ ଦୀକ୍ଷିତ
ନାସିକେଶ୍ଵର, କାକଟପୁର, ପୁରୀ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ତପନ ଦୀକ୍ଷିତ (ବେଳାଭୁମି)
ନାଶିକେଶ୍ଵର, କାକଟପୁର, ପୁରୀ

ଶୂନ୍ୟତା ଆସି ଦସ୍ତକ ଦିଏ
ସଞ୍ଜ ନଇଁଲା ପରେ
ଶେଫାଳି ମହକ ଖେଳି ବୁଲୁଥାଏ
ଉଲଗ୍ଣ ମଳୟରେ,
ଜହ୍ନ ରୋଷଣୀରେ ତାତି ଭରି ଯାଏ
ରାତି ଯଉବନୀ ହେଲେ
କଡ଼ ଲେଉଟାଏ ସ୍ମୃତି ଅଜଗର
‘ବିରହ ଡାଏରୀ’ ଖୋଲେ
ପରସ୍ତ ପରସ୍ତ ସପନରେ ଆସ
ଆସି ପୁଣି ଯାଅ ଫେରି
ଲେଉଟାଣୀ ଜହ୍ନ – ପାହାନ୍ତି ତାରାରେ
ରାତିଟା ଆସଇ ସରି,
ନିତି ଦିନ ସାଥୀ ରାତି ବିତିଯାଏ
ମଧୁଶାଳା ପଥ ପରେ
ବାକୀ ଯାହାସବୁ ସମାହିତ ହୁଏ
ଶୂନ୍ୟତାର ଅନ୍ତଃସ୍ୱରେ ॥


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ