କୁଆଁର ପୁନେଇଁ – ଧ୍ରୁବ ଚରଣ ବେହେରା

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଧୃବ ଚରଣ ବେହେରା
ଅଠରବାଟିଆ, ବାଲୁଗାଁ, ଖୋରଧା

କୁଆଁରୀ ମନଟି ହୁଏ ଆନନ୍ଦ
ପୁନେଇଁ ଆସିଛି ନାହିଁ ପ୍ରମାଦ ॥
ମନ ନାଚିଯାଏ ଗଗନେ ପବନେ
ହସ ଖୁସି ଭରେ କୁଆଁରୀ ମନେ ॥
ଆସଲୋ ବଉଳ ଆସ ସଙ୍ଗାତ
ପୁଚି ଖେଳି ଆମେ ବସିବା ମିତ ॥
ସେନହ ରଜୁରେ ବାନ୍ଧିବା ଦୋଳି
ଛାଡି ହିଂସା ଗର୍ବ ହୋଇବା ମେଳି ॥
ଗୋଟିଏ ମାଆର ସନ୍ତାନ ହୋଇ
ଆନନ୍ଦ ଉଲ୍ଲାସେ ନାଚିବା ମହୀ ॥
ହସିବ ଧରିତ୍ରୀ ହସେ ପରାଣ
ଗାଆଁ କୋଳେ ହସେ ପୁନେଇଁ ଜହ୍ନ ॥
ଜହ୍ନ ଆଲୁଅରେ ଏକାଠି ହେବା
ହସ ଖୁସି ବାଣ୍ଟି ଗୀତ ଗାଇବା ॥
ପାହାନ୍ତା ପହରୁ ଶଯ୍ୟାକୁ ତେଜି
ପସର ଖାଇକି ହୋଇବା ଖୁସି ॥
ନୂଆ ପରିଧାନ ନୂଆ ଜୀବନ
ହସୁଥାଉ ସଦା କୁଆଁରୀ ମନ ॥
କୁଆଁର ପୁନେଇଁ ଚାହିଁଛି ରହି
ଓଡ଼ିଶା ସ୍ମୃତିକୁ ମନେ ପକାଇ ॥
କାମିନୀ ଏକତା ଏହି ପରବ
କୁଆଁର ପୁନେଇଁ ଆମ ଗୌରବ ॥
କନ୍ୟା ସନ୍ତାନର ସୁରକ୍ଷା ନେଇ
ପାଳନ କରନ୍ତୁ ଏହି ପୁନେଇଁ ॥
ହସିବ ସଂସାର ହସିବ ଦେଶ
ଉତ୍କଳୀୟ ଖ୍ୟାତି ଆମରି ଯଶ ॥


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ