ଶବ୍ଦତୋଳା – ଭାଗିରଥୀ ବେହେରା

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଭାଗିରଥୀ ବେହେରା
ସମ୍ପାଦକ – ଗଞ୍ଜାମର କବିତାଘର
ଆଙ୍କୁଲି, ବ୍ରହ୍ମପୁର, ଗଞ୍ଜାମ
ଦୂରଭାଷ – ୮୨୮୦୨୨୩୬୪୪

ଜୀବନର ମୌନମାଟି
ମୁଖରିତ ହେବାକୁ ଚାହୁଁଥିଲା,
ତେଣୁ ତୋଳା ହେଉଥିଲା ଶବ୍ଦ
ଆକାଶକୁ, ମାଟିରୁ ଓ ପକ୍ଷୀର ଗୀତରୁ ।

ଡାଏରୀର ଅକ୍ଷର ମଳୀନ ପୂର୍ବରୁ
ଜୀବନର ଗୀତି ହେବାକୁ ଚାହୁଁଥିଲା,
ତେଣୁ ତୋଳା ହେଉଥିଲା ଶବ୍ଦ
ଅତୀତରୁ, ସ୍ମୃତିରୁ ଓ ପୁରୁଣା ଚିଠିରୁ ।

ପ୍ରେମାସକ୍ତ ଗୋପନ କାହାଣୀ
ଲିପିବଦ୍ଧ ହେବାକୁ ଚାହୁଁଥିଲା,
ତେଣୁ ତୋଳା ହେଉଥିଲା ଶବ୍ଦ
ପତ୍ରରୁ, ଶୂନ୍ୟରୁ ଓ ଧୂଳିରୁ ।

ଆଉ କେତେ ଶବ୍ଦ ତୋଳି ହେବ
ବଞ୍ଚିବାର କବିତା ପାଇଁ ???

ଯେଉଁଠି ଶୈଶବ ବେଗମାନ ହୁଏ
ଯୌବନର ଜ୍ଵାଳା ପାଇଁ
ବାର୍ଦ୍ଧକ୍ୟ ମୁଖାଗ୍ନି ଅଡିବସେ
ଶୈଶବର ଏନ୍ତୁଡିଶାଳ ପାଇଁ ।

ସେଇଠି ତ
କେବେଠୁ ଶବ୍ଦତୋଳା ସରିଛି…

…ବର୍ଷାର କଦମ୍ବରୁ
…ଶୀତର ସୋରିଷ କ୍ଷେତରୁ
…ଫଗୁଣର ସବୁଜ ପ୍ରଜାପତିରୁ
ଆଉ
ଗ୍ରୀଷ୍ମର ଲାଲ କୃଷ୍ଣଚୂଡାରୁ ॥


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ