ଏ ଦେଶ ରୀତି

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା, ଗଞ୍ଜାମ

ଏ’ଦେଶେ ଏମନ୍ତ ଅଛି ଏକ ରୀତି
ମାନୁ’କି ନମାନୁ ତୁମ ସାଧୁମତି ।।

ବୟସ୍କ ଯେତେକ ଏଠି ବୋଲାନ୍ତି ବିଜ୍ଞ
ମୁଣ୍ଡି ମରାରେ’ଯେ ଥିଲେ ଦିନେ ଅଜ୍ଞ ।।

ଯେ’ବାଳୁତ ଥିଲା ଅତୀତରେ ବିଜ୍ଞ
ଆଜି’ସେ ବାଳୁତ ଏ ସମାଜେ ଅଜ୍ଞ ।।

ବୁଢା ସବୁ ଏଇଠି ସରବ ଜଣା
ବାଳକ ବୋଲିକି ସେ ମୁରୁଖେ ଗଣା ।।

ଯୁବକ କଥାକୁ ଏଠି କି’ବାଖ୍ୟା ଦେବି !
ସୀମାନ୍ତରେ ପରା ସେ’ମରୁଛି ନିତି ।।

ରାଜନୀତି ଦିନେ ଥିଲା ସେବା ଶ୍ରେଷ୍ଠ
ଆଜି’ସେ ହେଇଛି ମୂଳ ପଥ ଭ୍ରଷ୍ଠ ।।

ସେବା ଛାଡି ନେତା ଦେଶକୁ ଲୁଟନ୍ତି
ବଛାବଛା ବୁଢା ସେପଥ ଆବୋରନ୍ତି ।।

ଏ’ଦେଶେ ଉନ୍ନତି କାହୁଁ’ବା ହୋଇବ
ଯୁବ ସମାଜକୁ ଯେ’ତୁଛ ମଣିବ ।।

ଏଣୁ ହେ’ସୁଜନେ ଛାଡି ବୁଢା ପ୍ରୀତି
ଚିନ୍ତା କର ଥରେ ଦେଶର ପ୍ରଗତି ।।

ଦୂରେ ଫିଙ୍ଗି ଦେଇ ହୀନ ରୀତି ନୀତି
ଯୁବାଜାତି ଶ୍ରମେ ଦେଶ ନିଶ୍ଚିତ ପ୍ରଗତି।।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ